ଓଡ଼ିଶାଜୀବନଚର୍ଯ୍ୟାଦୁର୍ଘଟଣାଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱାସ୍ଥ୍ୟ

ମଧ୍ୟପ୍ରଦେଶରେ ମାଟିତଳୁ ଉଦ୍ଧାର ହେଲେ ୭ଜଣ ଶ୍ରମିକ ।

 ମଧ୍ୟପ୍ରଦେଶର କାଟନି ଜିଲ୍ଲାର ସ୍ଲିମ୍ନାବାଦ ନିକଟରେ ଏକ ନିର୍ମାଣାଧୀନ ଟନେଲ ହଠାତ୍ ଭୁଶୁଡ଼ିବା ପରେ

 ମଧ୍ୟପ୍ରଦେଶର କାଟନି ଜିଲ୍ଲାର ସ୍ଲିମ୍ନାବାଦ ନିକଟରେ ଏକ ନିର୍ମାଣାଧୀନ ଟନେଲ ହଠାତ୍ ଭୁଶୁଡ଼ିବା ପରେ ସେଠାରେ କାର୍ଯ୍ୟ କରୁଥିବା ୯ ଜଣ ଶ୍ରମିକ ମାଟି ତଳେ ପୋତି ହୋଇଯାଇଥିଲେ। ୯ ଜଣଙ୍କ ମଧ୍ୟରୁ ୭ଜଣ ଶ୍ରମିକଙ୍କୁ ରବିବାର ସକାଳେ ଜୀବନ୍ତ ଉଦ୍ଧାର କରାଯାଇଛି। ଏବଂ ମାଟି ତଳେ ଫଶି ରହିଥିବା ଅନ୍ୟ ୨ ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ବ୍ୟବସ୍ଥା କରାଯାଉଛି । ତେବେ ମାଟି ତଳେ ରହିଥିବା ଶ୍ରମିକ ୨ ଜଣ ଜୀବିତ ଅଛନ୍ତି ବୋଲି ଏସଡିଏମ୍ ସୂଚନା ଦେଇଛନ୍ତି । ଖବର ମିଳିଛି ଯେ, ନର୍ମଦା ଘାଟି କେନାଲ ପ୍ରକଳ୍ପ ଅଧୀନରେ ଅଣ୍ଡରଗ୍ରାଉଣ୍ଡ କେନାଲର କାମ ହେଉଥିବା ବେଳେ ଶନିବାର ରାତିରେ ଏହି ଦୁର୍ଘଟଣା ଘଟିଛି । କାଟନି ଜିଲ୍ଲାପାଳ ପ୍ରିୟଙ୍କା ମିଶ୍ରଙ୍କ କହିବା ଅନୁସାରେ,ଯେଉଁ ୭ଜଣ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି, ସେମାନଙ୍କୁ ହସ୍ପିଟାଲରେ ଚିକିର୍ତ୍ସା କରାଯାଉଛି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଶେଷ କିଛି ଆଘାତ ହୋଇନାହିଁ । ଅନ୍ୟ ୨ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପଟେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘଟଣାକୁ ନେଇ ଅତ୍ୟନ୍ତ ଦୁଃଖପ୍ରକାଶ କରିଛନ୍ତି। ଅନ୍ୟ ଦୁଇଜଣଙ୍କ ଉଦ୍ଧାର କାର୍ଯ୍ୟ ସଫଳ ହେବ ବୋଲି ସେ ଆଶା କରିଛନ୍ତି।

 

Show More

Related Articles

Back to top button