ଅପରାଧଆଇନ କାନୁନଓଡ଼ିଶାଦୁର୍ଘଟଣାସ୍ୱତନ୍ତ୍ର

ନନ୍ଦନକାନନରେ ହାତୀ ଉତ୍ପାତ ।

ନନ୍ଦନକାନନରେ ପୁଣି ଜଙ୍ଗଲୀ ହାତୀଙ୍କ ଉତ୍ପାତ ଚାଲିଛି ।

ନନ୍ଦନକାନନରେ ପୁଣି ଜଙ୍ଗଲୀ ହାତୀଙ୍କ ଉତ୍ପାତ ଚାଲିଛି । କେତୋଟି ହାତୀ ପଶିଛନ୍ତି ତାହା କିଛି  ଜଣାପଡ଼ିନାହିଁ । କିନ୍ତୁ ଗୋଟିଏ ଅଣ୍ଡିରା ହାତୀ ଥିବା ଅନୁମାନ କରାଯାଉଛି । ଚନ୍ଦକା ଜଙ୍ଗଲରୁ ଗତ ଗୁରୁବାର ବିଳମ୍ବିତ ରାତିରେ ଏକ ହାତୀ ପ୍ରାଣୀ ଉଦ୍ୟାନର ମୁଖ୍ୟ ପ୍ରାଚୀର ଭାଙ୍ଗି ଭିତରକୁ ପସି ଆସିଥିବା କୁହାଯାଉଛି । ହାତୀଟି ଟୟଟ୍ରେନ ଧାରଣା କଡରେ ଆସି କାଞ୍ଜିଆ ହ୍ରଦ ବୋଟିଂ ଠାରେ ଥିବା କଦଳୀ ଗଛ ଭାଙ୍ଗିଥିବା ଦେଖିବାକୁ ମିଳିଛି । ସେଠାରୁ ଭୋରୁ ଯାଇ ହାତୀ ଶାଳ ନିକଟ ଜଙ୍ଗଲରେ ଲୁଚି ରହିଛି । କାଳେ ବିଭିନ୍ନ ଖୁଆଡ ପାଚେରି ଭାଙ୍ଗି ନଷ୍ଟ କରିବ ସେ ନେଇ କର୍ତ୍ତୃପକ୍ଷ ଚିନ୍ତାରେ ରହିଛନ୍ତି । ଦିନ ତମାମ ହାତୀଟି ଜଙ୍ଗଲ ଭିତରେ ରହିଥିଲା । କିନ୍ତୁ ପର୍ଯ୍ୟଟକମାନଙ୍କର କୌଣସି କ୍ଷତି କରିନାହିଁ । ସୁଚନା ଯୋଗ୍ୟ ଯେ, ଚନ୍ଦକା ଜଙ୍ଗଲରୁ ଜଙ୍ଗଲୀ ହାତୀମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପାଚେରି ଭାଙ୍ଗି ଭିତରକୁ ଆସୁଥିବା ଦେଖିବାକୁ ମିଳିଛି । ବାରମ୍ବାର ପାଚେରୀ ଭାଙ୍ଗିବାରୁ ତାକୁ ମରାମତି କରିବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଜଙ୍ଗଲୀ ହାତୀ ଭିତରକୁ ପ୍ରବେଶ ନ କରିବାକୁ ଦାବି କରାଯାଇଛି ।

 

Show More

Related Articles

Back to top button