ଦେଶ ବିଦେଶବାଣିଜ୍ୟ

ଶସ୍ତାରେ ସୁନା କିଣିବାର ସୁଯୋଗ ଦେଉଛନ୍ତି ସରକାର!

ଫେବ୍ରୁଆରୀ ୨୮ରୁ କରିପାରିବେ ଆବେଦନ

ସରକାରୀ ଗୋଲ୍ଡ ବଣ୍ଡ ଯୋଜନା ୨୦୨୧-୨୨ ପାଇଁ ଇସ୍ୟୁ ପ୍ରାଇସ ୫,୧୦୯ ଟଙ୍କା ସ୍ଥିର କରାଯାଇଛି । ଆସନ୍ତା ସୋମବାରଠାରୁ ଏଥିରେ ନିବେଶ ପାଇଁ ଆବେଦନ କରିପାରିବେ । ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି, ଗୋଲ୍ଡ ବଣ୍ଡ ଯୋଜନା ୨୦୨୧-୨୨ର ଦଶମ କିସ୍ତିର ସଦସ୍ୟତା ପାଇଁ ଫେବ୍ରୁଆରୀ ୨୮ରୁ ମାର୍ଚ୍ଚ ୪ ଯାଏଁ ଖୋଲା ରହିବ। କେନ୍ଦ୍ରୀୟ ବ୍ୟାଙ୍କ ଶୁକ୍ରବାର ଏକ ବୟାନ ଜାରି କହିଛି, ‘ଗୋଲ୍ଡ ବଣ୍ଡର ଆଧାର ମୂଲ୍ୟ ୫,୧୦୯ ଟଙ୍କ ପ୍ରତି ଗ୍ରାମ ରହିବ। ସରକାର ଆରବିଆଇ ସହ ପରାମର୍ଶ ପରେ ଅନଲାଇନରେ ଆବେଦନ କରୁଥିବା ନିବେଶକଙ୍କ ପାଇଁ ପ୍ରତି ଗ୍ରାମ ୫୦ ଟଙ୍କା ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ନିବେଶକଙ୍କୁ ଡିଜିଟାଲ ମଧ୍ୟମରେ ଟଙ୍କା ପୈଠ କରିବାକୁ ପଡିବ’। ଆରବିଆଇ କହିଛି, ‘ଅନଲାଇନରେ ପୈଠ କରିବାକୁ ଥିବା ନିବେଶକଙ୍କ ପାଇଁ ଗୋଲ୍ଡ ବଣ୍ଡର ଇସ୍ୟୁ ପ୍ରାଇସ ୫,୦୫୯ ଟଙ୍କା ପ୍ରତି ଗ୍ରାମ ରହିବ’।

ଗୋଲ୍ଡ ବଣ୍ଡ ଯୋଜନା ୨୦୨୧-୨୨ର ନବନ କିସ୍ତି ସଦସ୍ୟତା ପାଇଁ ଜାନୁଆରୀ ୧୦ରୁ ୧୪ ଯାଏଁ ଖୋଲିଥିଲା। ଏହି ସମୟରେ ଇସ୍ୟୁ ପ୍ରାଇସରେ ୪,୭୮୬ ଟଙ୍କ ପ୍ରତି ଗ୍ରାମ ସୁନା ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ତରଫରୁ ଗୋଲ୍ଡ ବଣ୍ଡ ଜାରି କରେ। ରିଜର୍ଭ ବ୍ୟାଙ୍କ ଅନୁସାରେ, ଏହି ବଣ୍ଡ ଷ୍ଟକ ହୋଲ୍ଡିଂ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ, ଡାକଘର, ଏନଏସଇ ଏବଂ ବିଏସଇ ପରି ମାନ୍ୟତା ପ୍ରାସ୍ତା ୟେସାର ବଜାରରେ ବିକ୍ରି କରାଯିବ। ଯୋଜନା ଅନୁସାରେ ସାଧାରଣ ନିବେଶକ ଅତି କମରେ ଗୋଟିଏ ଗ୍ରାମ ସୁନା ଏବଂ ସର୍ବାଧିକ ଚାରି କେଜି ସୁନା ପାଇଁ ନିବେଶ କରିପାରିବେ। ହିନ୍ଦୁ ଅବିଭାଜିତ ପରିବାର ଚାରି କେଜି ସୁନା ପାଇଁ ଆବେଦନ କରିପାରିବେ। ଏହି ପରି ଅନ୍ୟ ଟ୍ରଷ୍ଟ ପ୍ରତିବର୍ଷ ୨୦ କେଜି ପର୍ଯ୍ୟନ୍ତ ଆବେଦନ କରିପାରିବେ।

Show More

Related Articles

Back to top button