ବାଣିଜ୍ୟ

କାର୍ତ୍ତିକ ମାସରେ ଆକାଶଛୁଆଁ ପରିବା ଦର

ମାର୍କେଟରେ ଚଡକ, ଚିନ୍ତାରେ ଖାଉଟି

ପନିପରିବା ଦର ଆକାଶଛୁଆଁ । ଯେଉଁ ପରିବାକୁ ହାତ ମାରିଲେ ୪୦ ଟଙ୍କା ଉପରକୁ ରହୁଛି । ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଛକରେ ଥିବା ପ୍ରମୁଖ ପରିବା ମାର୍କେଟରେ ପରିବା ଦର ଆକାଶଛୁଆଁ ହୋଇଛି । ଫଳରେ ପରିବା କିଣିବା ଏବେ କଷ୍ଟକର ହୋଇ ପଡ଼ିଲାଣି । ଧର୍ମ ମାସ କାର୍ତିକ ମାସ ଆରମ୍ଭ ହୋଇଥିବାରୁ ପ୍ରତି ଘରେ ନିରାମିଷ ଚାଲିଛି । ହେଲେ ପରିବା ଦର ଅହେତୁକ ବୃଦ୍ଧି ଯୋଗୁ ୨୦୦ଟଙ୍କାର ପରିବା କିଣିଲେ ବି ଅଧ ବ୍ୟାଗ ବି ହଉନି, ଚଣ୍ଡିଖୋଲ ପରିବା ମାର୍କେଟରେ ବାଇଗଣ ଦର ୪୦ ଟଙ୍କା, ବିଲାତି ୬୦ ଟଙ୍କା, ଗାଜର ୮୦ ଟଙ୍କା, ପୋଟଳ ୪୦ ରୁ ୬୦ ଟଙ୍କା, ଵିନ ୧୦୦ ଟଙ୍କା, ମାଟି ଆଳୁ ୬୦ ଟଙ୍କା, ଝଡ଼ଙ୍ଗ ୬୦ ଟଙ୍କା ପହଁଚିଲାଣି ।

ଯେଉଁଠି ଲୋକେ ୧ କେଜି ନେଉଥିଲେ ସେଠି ୨୫୦ରେ ଚଳାଇବାକୁ ପଡୁଛି । ଦୀର୍ଘ ଦିନ ଧରି ପରିବା ଦର ଦାମ ଏହି ଭଳି ଅହେତୁକ ବୃଦ୍ଧି ପାଉଥିବାରୁ ଖାଉଟିଙ୍କ ଉପରେ ବେଶ ପ୍ରଭାବ ପକାଇଛି ।

Show More

Related Articles

Back to top button