ଦେଶ ବିଦେଶବାଣିଜ୍ୟ

ଅନ୍ତରାଷ୍ଟ୍ରୀୟ ବଜାରରେ ବଢିଲା ତେଲ ଦର

ନୂଆ ପେଟ୍ରୋଲ-ଡିଜେଲ ଦାମ୍ ଜାରି କଲେ କମ୍ପାନୀ

ଅନ୍ତରାଷ୍ଟ୍ରୀୟ ବଜାରରେ ହୁହୁ ହୋଇ ବଢୁଛି ଅଶୋଧିତ ତୈଳ ଦର । ଏହାମଧ୍ୟରେ ଭାରତର ବିଭିନ୍ନ କମ୍ପାନୀ ସୋମବାର ନୂଆ ତୈଳ ଦର ଜାରି କରିଛନ୍ତି । ତେବେ ଦରରେ କୌଣସି ପରିବର୍ତ୍ତନ ହୋଇନଥିବା ଜଣାପଡିଛି । ଗତ ମାସ ୭ ତାରିଖରୁ ପେଟ୍ରୋଲ-ଡିଜେଲ ଦର ଅଫରିବର୍ତ୍ତିକ ରହିଛି । ରିପୋର୍ଟ ଅନୁସାରେ, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୩.୪୬ ଡଲାର ରହିଛି । ଏହାର ପ୍ରଭାବ ଘରୋଇ ବଜାର ଉପରେ ମଧ୍ୟ ପଡିପାରେ । ଶେଷ ଥର ପାଇଁ ଏପ୍ରିଲ ୬ ତାରିଖରେ ତୈଳ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଥିଲା । ଇଣ୍ଡିଆନ ଅଏଲ ଓ୍ୱେବସାଇଟ୍ ଅନୁସାରେ, ମୁମ୍ବାଇରେ ପେଟ୍ରୋଲ ଦର ୧୨୦ ଟଙ୍କା ୫୧ ପଇସା ରହିଛି ।

ସେହିପରି ଡିଜେଲ ୧୦୪ ଟଙ୍କା ୭୭ ପଇସା ରହିଛି । ସେହିପରି କୋଲକାତାରେ ଡିଜେଲ ୧୦୦ ଟଙ୍କା ପାଖାପାଖି ରହଛି । ଓଡିଶାରେ ରବିବାର ଭଳି ସୋମବାର ମଧ୍ୟ ଦାମ ଅପରବର୍ତ୍ତିତ ରହିଛି । ଦେଶର ପ୍ରାୟ ସବୁ ରାଜ୍ୟରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିଛି । ମୁମ୍ବାଇ ବ୍ୟତୀତ ରାଜସ୍ଥାନର ଶ୍ରୀଗଙ୍ଗାନଗର ଓ ମଧ୍ୟ ପ୍ରଦେଶର ବାଲାଘାଟରେ ପେଟ୍ରୋଲ ୧୨୦ ଟଙ୍କା ଉପରେ ରହିଛି । ସୂଚନାଯୋଗ୍ୟ, କାରଣ ବିଭିନ୍ନ ରାଜ୍ୟରେ ଭାଟ୍ ଦର ଭିନ୍ନ ହୋଇଥିବାରୁ ସବୁଠି ପେଟ୍ରୋଲ-ଡିଜେଲ ଦର ଅଲଗା ହାଇଥାଏ । ଏପରିକି ଗୋଟିଏ ରାଜ୍ୟର ସହର-ସହର ମଧ୍ୟରେ ବି ତୈଳ ଦରରେ ତାରତମ୍ୟ ଦେଖିବାକୁ ମିଳେ ।

Show More

Related Articles

Back to top button