Breaking PLUSମୁଖ୍ୟ ଖବରରାଜନୀତି

ଆଜି ବିଜେଡି କରିବ ତା’ର ପ୍ରାର୍ଥୀ ନାମ ଘୋଷଣା

ଭୁବନେଶ୍ୱର: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ରାଜନୀତି ସରଗରମ ହେବାରେ ଲାଗିଛି । ଆଜି ବିଜେଡି କରିବ ତା’ର ପ୍ରାର୍ଥୀ ନାଁ ଘୋଷଣା । ଆଉ କିଛି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ । ଏଥିପାଇଁ ନବୀନ ନିବାସରେ ବ୍ରଜରାଜନଗର ବିଜେଡି ପର୍ଯ୍ୟବେକ୍ଷକ ସୁବାସ ସିଂଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ପହଞ୍ଚିଛନ୍ତି । ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ଦଳ ଭଲ କରିଛି । ତେଣୁ ଉପ ନିର୍ବାଚନରେ ବ୍ରଜରାଜନଗରବାସୀଙ୍କ ଆଶୀର୍ବାଦରେ ବିଜେଡି ପୁଣି ଜିତିବ ବୋଲି କହିଛନ୍ତି ସୁବାସ ସିଂ । ଅନ୍ୟପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରାଧାରାଣୀ ପଣ୍ଡା । ସେହିପରି କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନଥିଲେ ବି ଆଗରେ ରହିଛି କିଶୋର ପଟେଲଙ୍କ ନାଁ ।

Show More

Related Articles

Back to top button