Breaking PLUSଆଇନ କାନୁନମୁଖ୍ୟ ଖବରଶିକ୍ଷା

ପରୀକ୍ଷା ହଲରେ କପି ରୋକିବାରୁ ସୁପରିଟେଣ୍ଡକୁ ମାଡ ମାରିଲେ ପରୀକ୍ଷାର୍ଥୀ

ପରୀକ୍ଷା କେନ୍ଦ୍ରରେ ସୁପରିଟେଣ୍ଡକୁ ମାଡ ମାରିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଲୁଙ୍ଗା ଗାଁର ଅଜିତ କୁମାର ବାରିକକୁ ଗିରଫ କରିଛି ତୁରୁମୁଙ୍ଗା ଥାନା ପୋଲିସ । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ବିଲାରାମଚନ୍ଦ୍ରପୁର ଗାଁର ଘଟିଛି ଏଭଳି ଏକ ଘଟଣା । ସୂଚନା ଅନୁଯାୟୀ, ଗତ ଶନିବାର ଦିନ ହାଇସ୍କୁଲ ପରୀକ୍ଷାର ଶେଷ ଦିନ ଥିଲା । ସାହାରପଡା ବ୍ଲକ ବିଲା ରାମଚନ୍ଦ୍ରପୁର ପରୀକ୍ଷାକେନ୍ଦ୍ରରେ ପ୍ରବଳ କପି ଚାଲୁଥିବାର ଖବର ମିଳିଥିଲା । ଏହାପରେ ପରୀକ୍ଷା କେନ୍ଦ୍ର ଦାୟିତ୍ୱରେ ଥିବା ଡେପୁଟୀ ସୁପରିଟେଣ୍ଡ ଚିତରଞ୍ଜନ ସାହୁ ପରୀକ୍ଷାର୍ଥୀଙ୍କୁ ରୋକି ଥିଲେ । ଯାହାଫଳରେ ସେ ପରୀକ୍ଷାରେ କପି କରିବାରୁ ବଞ୍ଜିତ ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଜିତ ତାର ଦୁଇ ସାଙ୍ଗ ସହ ବାଇକରେ ଆସି ଡେପୁଟି ସୁପରିଟେଣ୍ଡଙ୍କୁ ଆକ୍ରମଣ କରିଥିଲେ । ଏନେଇ ସାହାରପଡ଼ା ଏବିଇଓ ଭାରତୀ ପୋହି ଶନିବାର ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଚଢାଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣ ସହଯୋଗୀ ଏ ପର୍ଯ୍ୟନ୍ତ ଫେରାର ଅଛନ୍ତି।

Show More

Related Articles

Back to top button