Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଉପର ମୁହାଁ କରୋନା ଗ୍ରାଫ୍

ବୁଧବାର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ଦେଶରେ ପୁଣି ଉପର ମୁହାଁ ହେବାରେ ଲାଗିଛି କରୋନା ଗ୍ରାଫ । ରାଜଧାନୀ ଦିଲ୍ଲୀରେ ମଧ୍ୟ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀର ଆର ଭ୍ୟାଲ୍ୟୁ ୨ ଉପରେ ପହଞ୍ଚିଛି, ଯାହାକୁ ଚିନ୍ତା ଜନକ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ ୧୯ର ବଢୁଥିବା ମାମଲା ଏବଂ ସ୍ଥିତି ଉପରେ ଆସନ୍ତା ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ଏହି ସମୟରେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ହେବାକୁ ଥିବା ଏହି ବୈଠକରେ ଦେଶର କରୋନା ସ୍ଥିତି ଉପରେ ଆଲୋଚନା କରିବେ। ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସ୍ଥିତି ଉପରେ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିବେ।

 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଦେଶରେ ଗୋଟିଏ ଦିନରେ ୨,୫୨୭ ନୂଆ ମାମଲା ସାମନାକୁ ଆସିଥିଲା । ଏହାସହ ଭାରତରେ ମୋଟ ମାମଲା ୪,୩୦,୫୪,୯୫୨ରେ ପହଞ୍ଚିଛି। ଏହାସହ ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ବୃଦ୍ଧି ପାଇ ୧୫,୦୭୯ରେ ପହଞ୍ଚିଛି। ଦିଲ୍ଲୀରେ ଶନିବାର କରୋନାର ୧,୦୯୪ ନୂଆ ମାମଲା ଚିହ୍ନଟ ହୋଇଥିଲା ଏବଂ ମହାମାରୀରେ ଦୁଇ ଜଣଙ୍କ ଜୀବନ ଯାଇଛି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଦିଲ୍ଲୀରେ ପଜିଟିଭିଟି ହାର ୪.୮୨ ପ୍ରତିଶତ ହୋଇଛି।

Show More

Related Articles

Back to top button