ଦେଶ ବିଦେଶ

ହାଇଦ୍ରାବାଦରୁ ୪ ନୂଆ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

ଦେଶରେ ମୋଟ ଓମିକ୍ରନ୍‌ ପିଜିଟିଭ ସଂଖ୍ୟା ୮୭

ଭାରତରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୮୭ଟି ମାମଲା ସାମ୍ନାକୁ ଆସିସାରିଛି । ଏହି କ୍ରମରେ ଗୁରୁବାର ହାଇଦ୍ରାବାଦରୁ ୪ ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଲେଙ୍ଗାନାରେ ମୋଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଥିବା ବେଳେ କର୍ଣ୍ଣାଟକରେ ଏହି ସଂଖ୍ୟା ରହିଛି ୮ ।

ଦେଶରେ ଓମିକ୍ରନର ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ରହିଛି । ଦେଶ​‌ରେ ମୋଟ ୮୭ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ମହାରାଷ୍ଟ୍ରରେ ୩୨ ଜଣ ରହିଛନ୍ତି । ସେହିଭଳି ରାଜସ୍ଥାନରୁ ୧୭ଜଣ, ଦିଲ୍ଲୀରୁ ୧୦ ଜଣ, କେରଳରୁ ୫, ଗୁଜୁରାଟରୁ ୫, କର୍ଣ୍ଣାଟକରୁ ୮ଜଣ, ତେଲେଙ୍ଗାନାରୁ ୬ଜଣ, ପଞ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଚଣ୍ଡିଗଡରୁ ଜଣେ ଲେଖାଏଁ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Show More

Related Articles

Back to top button