ଓଡ଼ିଶାପାଣିପାଗମୁଖ୍ୟ ଖବର

ଥରୁଛି ସାରା ଓଡିଶା

ଆଗକୁ ଆହୁରି ଥରାଇବ

ସାରା ରାଜ୍ୟକୁ ଥରାଉଛି ଶୀତ । ସବୁଠି ଖସିଛି ରାତି ତାପମାତ୍ରା । ପାଣିପାଗ ବିଭାଗର ଆକଳନ ଯାହା, ଏବେ ଥଣ୍ଡା କମିବନି । ବରଂ ଶୀତ ଆହୁରି ବଢ଼ିବ । ଆସନ୍ତା ୨-୩ ଭିତରେ ୨/୩ ଡିଗ୍ରୀ କମିବ ପାରଦ । ଆସନ୍ତା ୨୧ ତାରିଖବେଳକୁ ପ୍ରଚଣ୍ଡ ଜାଡ଼ରେ ଥରୁଥିବ ସାରା ଓଡ଼ିଶା । ଦୁଇ ଦିନ ହେବ ରାଜ୍ୟରେ ଥଣ୍ଡା ବଢ଼ିଛି । ବୁଧବାର ରାତିରେ ଶୀତ ଆହୁରି ବଢ଼ିଥିଲା । ସାରା ରାଜ୍ୟରେ ତଳମୁହାଁ ହୋଇଥିବା ତାପମାତ୍ରା । ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ ପ୍ରକୋପ ସର୍ବାଧିକ ଥିଲା । ରାଜ୍ୟର ୧୫ଟି ଅଞ୍ଚଳରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ତଳକୁ ଖସି ଯାଇଥିଲା ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଥିଲା । ପାଣିପାଗ ବିଭାଗର ଆକଳନ ହେଲା, ରାଜ୍ୟରେ ପାଗ ବର୍ତ୍ତମାନ ଶୁଖିଲା ରହିବ । ତେଣୁ ଶୀତ ଜାରି ରହିବ । ଆସନ୍ତା ଦୁଇ ତିନି ଭିତରେ ରାତି ତାପମାତ୍ରା ୨-୩ ଡିଗ୍ରୀ ଖସିପାରେ । ୨୧ ତାରିଖ ବେଳକୁ ଶୀତ ଆହୁରି କମିବ ।

ଶୀତ ଲହରୀ ଅନୁଭୂତ ହୋଇପାରେ । ବୁଧବାର ରାତିିରେ କେନ୍ଦୁଝର ୧୦.୪, ଝାରସୁଗୁଡ଼ା ୧୦.୬, ଟିଟିଲାଗଡ଼ ୧୦.୮, କୋରାପୁଟ ୧୦.୬, ଭବାନୀପାଟଣା ୧୧, ସୁନ୍ଦରଗଡ଼ ୧୧.୫, ତାଳଚେର ୧୨, ଅନୁଗୁଳ ୧୨.୬, ସୋନପୁର ୧୨.୮, ହୀରାକୁଦ ୧୨.୮, ବଲାଙ୍ଗିର ୧୨.୮, ହୀରାକୁଦ ୧୨.୮, ବାରିପଦା ୧୩, ଚାନ୍ଦବାଲି ୧୩, ସମ୍ବଲପୁର ୧୩.୫, ବାଲେଶ୍ୱର ୧୩.୯, କଟକ ୧୪, ମାଲକାନଗିରି ୧୪, ନୟାଗଡ଼ ୧୪ ଓ ଭୁବନେଶ୍ୱର ୧୪.୪ ଡିଗ୍ରୀ ସେଲସିୟସ୍‌ ଥିଲା । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ୧.୫ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୦.୨ରୁ ୨ ଡିଗ୍ରୀ ଯାଏଁ ତଳକୁ ଖସିଛି । ଉପକୂଳ ଅଞ୍ଚଳରେ ୦.୨ରୁ ୧.୩ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି ରାତି ତାପମାତ୍ରା । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୨.୫ ଡିଗ୍ରୀ କମିଯାଇଛି । ସ୍ୱାଭାବିକ ତୁଳନାରେ ଭବାନୀପାଟଣାର ରାତି ତାପମାତ୍ରା ୨.୩ ଡିଗ୍ରୀ ହ୍ରାସ ପାଇଥିବାବେଳେ ଝାରସୁଗୁଡ଼ାରେ ୨.୨ ଡିଗ୍ରୀ, ଟିଟିଲାଗଡ଼ରେ ୨.୧ ଡିଗ୍ରୀ, ଗୋପାଳପୁରରେ ୧.୮ ଡିଗ୍ରୀ, କେନ୍ଦୁଝରରେ ୧.୮ ଡିଗ୍ରୀ, ଭୁବନେଶ୍ୱରରେ ୧.୧ ଡିଗ୍ରୀ ଓ କଟକରେ ୦.୬ ଡିଗ୍ରୀ କମ୍‌ ରହିଛି ।

Show More

Related Articles

Back to top button