ବଲିଉଡମନୋରଞ୍ଜନ

ଭିକି-କ୍ୟାଟ୍‌ଙ୍କ ଗ୍ରାଣ୍ଡ ରିସେପସନ୍‌ରେ ଅତିଥିଙ୍କୁ ସାଙ୍ଗରେ ନେବାକୁ ପଡିବ ନେଗେଟିଭ୍ ରିପୋର୍ଟ

ରାଜସ୍ଥାନରେ ବିବାହ କରି ସାରିବା ପରେ ମୁମ୍ବାଇ ଫେରି ଆସିଛନ୍ତି ନବ ଦମ୍ପତ୍ତି ଭିକି-କ୍ୟାଟ୍ରିନା । ବର୍ତ୍ତମାନ ଦୁହେଁ ମୁମ୍ବାଇରେ ଖୁବ୍‌ ଶୀଘ୍ର ବଲିଉଡ ସେଲିବ୍ରିଟିଙ୍କୁ ଏକ ଗ୍ରାଣ୍ଡ ରିସେପସନ ପାର୍ଟିରେ ଆୟୋଜିତ କରିବାକୁ ଯାଉଛନ୍ତି ଭିକି-କ୍ୟାଟ୍ରିନା। ଏଥି ପାଇଁ ଫୁଲ୍‌ ଦମ୍‌ରେ ପ୍ରସ୍ତୁତି ଚାଲିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଶୁଣିବାକୁ ମିଳୁଛି କି ୨୦ ତାରିଖରେ ଏହି ଗ୍ରାଣ୍ଡ ରିସେପ୍‌ସନ ପାର୍ଟି ଦେବାକୁ ଯାଉଛନ୍ତି । ଏହା ସହ ସମସ୍ତ ମେନ୍ୟୁ, ଭେନ୍ୟୁ ବି ଫାଇନାଲ ହୋଇ ସାରିଛି । ଗେଷ୍ଟ ଲିଷ୍ଟ ବି ଫାଇନାଲ୍‌ ସରିଛି। ଅତିଥିଙ୍କୁ ନିମନ୍ତ୍ରିତ କରି ସାରିଛନ୍ତି । ହେଲେ ବର୍ତ୍ତମାନ ମୁମ୍ବାଇରେ ଏବେ କରୋନା ପୁଣି ଥରେ ବଢିଛି ଏଥିପାଇଁ ସମସ୍ତଙ୍କୁ ଘାରିଛି କରୋନାର ଭୟ । ତଥାପି କରୋନା ପ୍ରୋଟୋକଲ ମାନି ଏହି ପାର୍ଟି ନିମନ୍ତେ ନବଦମ୍ପତ୍ତି ପ୍ରସ୍ତୁତ ହେଉଥିବା ଜଣାଯାଇଛି। ସୂତ୍ର ଅନୁଯାୟୀ, ଭିକି କ୍ୟାଟ୍ରିନାଙ୍କ ବିବାହ ଡିସେମ୍ବର ୯ ତାରିଖରେ ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟରେ ସମ୍ପନ୍ନ ହୋଇଥିଲା।

ଏହି ବିବାହ ଉତ୍ସବରେ ଉଭୟଙ୍କ ପରିବାର ସଦସ୍ୟଙ୍କ ସମେତ ବଲିଉଡର ବହୁ ଘନିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ। ସେଠାରେ କେବଳ କବିର ଖାନ, ମିନି ମାଥୁର, ନେହା ଧୁପିଆ ଓ ଅଙ୍ଗଦ ବେଦୀଙ୍କୁ ସ୍ପଟ କରା ଯାଇଥିଲା। ଆସନ୍ତା ୨୦ ତାରିଖରେ ତାରକା ହୋଟେଲ ଜେଡବ୍ଲ୍ୟୁ ମେରିୟଟରେ ଉଭୟଙ୍କ ରିସେପସନ ଆୟୋଜିତ ହେବ । ରିପୋର୍ଟ ଅନୁଯାୟୀ, ବଲିଉଡର ବଡ଼ ବଡ଼ ସେଲିବ୍ରିଟି ଏହି ରିସେପସନରେ ଯୋଗ ଦେବେ। ଏଥିନିମନ୍ତେ ସଲମାନ, ଅମୀର, ଶାହରୁଖ, ରଣବୀର କପୁର, ଅମିତାଭ ବଚ୍ଚନଙ୍କୁ ନିମନ୍ତ୍ରଣପତ୍ର ପଠା ଯାଇସରିଛି। ପ୍ରତି ବଦଳରେ ଦୁହିଁଙ୍କୁ ଗିଫ୍ଟ ମଧ୍ୟ ମିଳିଛି । କିନ୍ତୁ ଭିକି କ୍ୟାଟ୍ରିନାଙ୍କ ବିବାହରେ ଯୋଗ ଦେବାକୁ ମଧ୍ୟ ଏକ ସର୍ତ୍ତ ରହିଛି । ଏହି ପାର୍ଟିରେ ସାମିଲ ହେବାକୁ ଥିବା ଅତିଥିଙ୍କୁ ଆରଟିପିସିଆର ପରୀକ୍ଷା କରିବାକୁ ପଡ଼ିବ । ଏଥିସହ କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବାକୁ ପଡ଼ିବ ।

Show More

Related Articles

Back to top button