ବାଣିଜ୍ୟ

ଘରେ ଲାଗିଥିବା AC ପାଇଁ ଆସୁଛି କି ଅଧିକ ବିଦ୍ୟୁତ ବିଲ୍ ?

ଏହି ଉପାୟ ଦ୍ବାରା ମିଳିବ ଆଶ୍ବସ୍ତି

ଗରମ ଦିନେ ଲୋକମାନେ ଘରେ ଏସି କିମ୍ବା କୁଲର ବ୍ୟବହାର କରିଥାନ୍ତି । ଏସିର ବ୍ୟବହାର ଦ୍ବାରା ଗରମରୁ ତ ଆଶ୍ବସ୍ତି ମିଳିଥାଏ କିନ୍ତୁ ବିଜୁଳି ବିଲ୍ ବୃଦ୍ଧି ହୋଇଥାଏ । ଏହାଦ୍ବାରା ଆପଣଙ୍କ ମାସକର ବଜେଟ୍ ମଧ୍ୟ ଏପଟସେପଟ ହେବା ସହ ପକେଟ୍‌ରେ ମହଙ୍ଗା ମାଡ ପଡିପାରେ । କିନ୍ତୁ ଡରନ୍ତୁ ନାହିଁ, କିଛି ସହଜ ଉପାୟକୁ ଧ୍ୟାନରେ ରଖିଲେ ଆପଣ ଏହି ସମସ୍ୟାରୁ ରକ୍ଷା ପାଇପାଇବା ସହ ପକେଟ୍ ଉପରେ ପଡୁଥିବା ବୋଝକୁ କମ୍ କରିପାରିବା । ଅନେକ ଲୋକ ଏସିର ତାପମାତ୍ରା ୧୬ ଡିଗ୍ରୀ ରଖିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ଠିକ୍ ନୁହେଁ । ଏମିତି କରିବା ଦ୍ବାରା ଆପଣ କେତେ ପ୍ରକାରର ରୋଗର ଶୀକାର ମଧ୍ୟ ହୋଇପାରନ୍ତି । ଏକ ରିସର୍ଚ୍ଚ ଅନୁସାରେ ମନୁଷ୍ୟ ଶରୀର ପାଇଁ ସାମାନ୍ୟ ତାପମାତ୍ରା ୨୪ ଡିଗ୍ରୀ ହୋଇଥାଏ । ଏହାଦ୍ବାରା ଆପଣଙ୍କ ବିଦ୍ୟୁତ ବିଲ୍ ମଧ୍ୟ କମ୍ ଆସିଥାଏ ।

ଏସି ବ୍ୟବହାର କରିବାର ସେପର୍ଯ୍ୟନ୍ତ ଫାଇଦା ମିଳିବନାହିଁ ଯେପର୍ଯ୍ୟନ୍ତ ଘରର କବାଟ-ଝରକା ଖୋଲାରହିଛି ।

ଏହାଦ୍ବାରା ନା ରୁମ୍‌ ଥଣ୍ଡା ହେବ ବରଂ ଆପଣଙ୍କ ବିଦ୍ୟୁତ ବିଲ୍ ବୃଦ୍ଧି ପାଇବ । ଏଥିପାଇଁ ଏଥିରୁ ବର୍ତ୍ତିବା ପାଇଁ କବାଟ-ଝରକାକୁ ବନ୍ଦ କରି ରଖନ୍ତୁ ।

ଏସିକୁ ରାତିସାରା ବ୍ୟବହାର କରିବାର ଆବଶ୍ୟକତା ନାହିଁ । ଆପଣ ଟାଇମର୍ ବ୍ୟବହାର କରି ଏକ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଏହାର ଉପଯୋଗ କରିପାରିବେ । ଏମିତି କରିବା ଦ୍ବାରା ବିଦ୍ୟୁତ ସଞ୍ଚୟ ହେବା ସହ ବିଦ୍ୟୁତ ବିଲ୍ ମଧ୍ୟ କମ୍ ଆସିଥାଏ । ଅଧିକାଂଶ ଲୋକ ପାଓ୍ବାର ଅଫ୍ କରିବା ପରିବର୍ତ୍ତେ ରିମୋଟ୍‌ରୁ ଏସି ବନ୍ଦ କରିଦିଅନ୍ତି । ଯାହାଦ୍ବାରା ବିଦ୍ୟୁତ ବ୍ୟବହାର ଲଗାତର ହୋଇଥାଏ ଏବଂ ବିଲ୍ ମଧ୍ୟ ବୃଦ୍ଧି ପାଇଥାଏ । ଏଥିରୁ ବର୍ତ୍ତିବା ପାଇଁ କୌଣସି ବୈଦ୍ୟୁତିକ ଉପକରଣର ପାଓ୍ବାର ଅଫ୍ ନିଶ୍ଚୟ କରନ୍ତୁ ଏବଂ ବିଜୁଳି ବିଲ୍‌କୁ କମ୍ କରନ୍ତୁ । ସମସ୍ତ ବୈଦ୍ୟୁତିକ ଉପକରଣ ସହ ଏସିକୁ ମଧ୍ୟ ସର୍ଭିସିଂର ଅବଶ୍ୟକତା ପଡିଥାଏ । ସମୟ ସମୟରେ ସର୍ଭିସିଂ କରାଇଲେ ଏହା ବିନା କୌଣସି ସମସ୍ୟାରେ ଆପଣଙ୍କୁ ଥଣ୍ଡା ପ୍ରଦାନ କରିବ । ଏହାଦ୍ବାରା ମଧ୍ୟ ବିଦ୍ୟୁତ ବିଲ୍ କମ୍ ଆସିବାର ସମ୍ଭାବନା ବଢିଯିବ ।

Show More

Related Articles

Back to top button