ବାଣିଜ୍ୟ

ମୁଦ୍ରାସ୍ଫୀତି ଉପରେ ଡବଲ୍ ଆଟାକ୍ ପାଇଁ ପ୍ରସ୍ତୁତି

ପେଟ୍ରୋଲ ଏବଂ ଡିଜେଲ ପରେ ଏସବୁ ଜିନିଷ ଉପରେ ମିଳିପାରେ ଆଶ୍ବସ୍ତି

ପେଟ୍ରୋଲ, ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ ପରେ ରୋଷେଇ ଗ୍ୟାସ୍‌ରେ ଗରିବଙ୍କୁ ୨୦୦ଟଙ୍କାର ସବସିଡି ଦେବାପରେ କେନ୍ଦ୍ର ସରକାର ଅନ୍ୟ କିଛି ଉପରେ ବିଚାର କରୁଛନ୍ତି । ଖାଇବା ତେଲ ଉପରୁ ଉତ୍ପାଦ ଶୁଳ୍କ କମାଯିବା ନେଇ ଆଶଙ୍କା କରାଯାଉଛି । ଏହା ବ୍ୟତୀତ ଆମଦାନୀ ହେଉଥିବା କିଛି କଞ୍ଚାମାଲରେ ମଧ୍ୟ ଆଶ୍ବସ୍ତି ମିଳିପାରେ । ଏହାଦ୍ବାରା ଅନେକ ଉତ୍ପାଦର ମୂଲ୍ୟ ହ୍ରାସ ହୋଇପାରେ । ଅନେକ ଆମଦାନୀ ଉପରେ ଏଗ୍ରିକଲଚର ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ ସେସ୍ ଲାଗିଥାଏ । ଏହା ମଧ୍ୟ ହ୍ରାସ କରାଯିବାକୁ ବିଚାର କରାଯାଉଛି ।

ଅର୍ଥ ମନ୍ତ୍ରଣାଳୟ ଏବଂ ପିଏମଓ ଅଧିକାରୀମାନେ ଗତ ସପ୍ତାହରେ ଏନେଇ ବୈଠକ କରିଥିଲେ । ବୋଧହୁଏ ଏହାପରେ ପେଟ୍ରୋଲ, ଡିଜେଲ ଏବଂ ରୋଷେଇ ଗ୍ୟାସ୍‌ରେ ଅଶ୍ବସ୍ତି ଦେବାନେଇ ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ ପର୍ଯ୍ୟାୟରେ ଅନ୍ୟ କିଛି ଜିନିଷ ଉପରେ ଆଶ୍ବସ୍ତି ଦିଆଯାଇପାରେ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମୁଦ୍ରାସ୍ଫୀତି ୬୦ ରୁ ୭୦ ବେସିସ୍ ପଏଣ୍ଟ କମ୍ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।

ବିଶ୍ବାସ କରାଯାଉଛି ଯେ, ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ କରିବା ପରେ ଏହା ୪୦ ବେସିସ୍ ପଏଣ୍ଟ ଯାଏଁ ହ୍ରାସ ହୋଇପାରେ । ଉଲ୍ଲେଖଯୋଗ୍ୟ ଯେ, ଅପ୍ରେଲରେ ରିଟେଲ୍ ମୁଦ୍ରାସ୍ଫୀତି ହାର ଅନିୟନ୍ତ୍ରିତ ହୋଇ ୮ ବର୍ଷର ଶୀର୍ଷରେ ପହଞ୍ଚି ୭.୭୯% ଥିଲା । ମୁଦ୍ରାସ୍ଫୀତି ହାର ତଥ୍ୟରେ ଏକ ବେସିସ୍ ପଏଣ୍ଟ ଅର୍ଥ ୦.୦୧ ପ୍ରତିଶତ ହୋଇଥାଏ ।

ପାମ୍ ତେଲ ଉପରେ ଆମଦାନୀ ଶୁଳ୍କ ପୂର୍ବରୁ ହିଁ ସରକାର କମ୍ କରିସାରିଛନ୍ତି । କାନୋଲା, ରାଇସ୍ ବ୍ରାନ, ଅଲିଭ ଅଏଲ ଆଦି ଉପରେ ଶୁଳ୍କ ହ୍ରାସ କରାଯିବା ନେଇ ବିଚାର କରାଯାଇଛି । ଏ ସମସ୍ତ ଉପରେ ଆମଦାନୀ ଶୁଳ୍କରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇପାରେ । ଯେଉଁ କଞ୍ଚାମାଲ୍ ପାଇଁ ଭାରତ ସମ୍ପୂର୍ଣ୍ଣ ଭାବେ ଆମଦାନୀ ଉପରେ ହିଁ ନିର୍ଭର କରିଥାଏ ସେଥିରେ ମଧ୍ୟ ସରକାର ରିହାତି ଦେବାକୁ ଯୋଜନା କରୁଛନ୍ତି । ବର୍ତ୍ତମାନ ସରକାର କମର୍ସ ବିଭାଗକୁ ସେହି ଉତ୍ପାଦଗୁଡିକର ତାଲିକା ମଗାଇଛନ୍ତି ଯାହା ଉପରେ ଟ୍ୟାକ୍ସ ହ୍ରାସ କରି ମୂଦ୍ରାସ୍ପୀତିରେ ଆଶ୍ବସ୍ତି ଦିଆଯାଇପାରେ । ଏହା ବ୍ୟତୀତ ପାମ୍ ଅଏଲ ଉପରେ କମ୍ ନିର୍ଭର କରିବାକୁ ମଧ୍ୟ ସରକାର ବଡ ଚେଷ୍ଟା ଜାରି ରଖିଛନ୍ତି ।

Show More

Related Articles

Back to top button