ଜୀବନଚର୍ଯ୍ୟା

ହୋଲିରେ କରନ୍ତୁ ଏହି ୫ଟି ଉପାୟ, ପାଇବେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ

ଭାରତୀୟ ସଂସ୍କୃତିରେ ପ୍ରତେକ ପର୍ବର ଅଲଗା ଅଲଗା ମହତ୍ୱ ରହିଛି l ସେହି ପର୍ବ ମାନଙ୍କ ମଧ୍ୟରୁ ଗୋଟିଏ ହେଲା ହୋଲି ପର୍ବ , ଯାହାକୁ ରଙ୍ଗର ପର୍ବ ବୋଲି କୁହାଯାଇଥାଏ l ଚଳିତ ବର୍ଷ ମାର୍ଚ୍ଚ ୨୮ ତାରିଖ ଦିନ ପୁର୍ନମି ପଡୁଥିବା ହେତୁ ହୋଲି କା ଦହନ କରାଯିବ ଓ ୨୯ ତାରିଖ ଦିନ ରଙ୍ଗ ଖେଳ ହେବ

ଚଳିତ ବର୍ଷ ଶାସ୍ତ୍ର ଅନୁସାରେ କୁହ ଯାଇଛିଯେ ହୋଲି ଦିନ କିଛି ଖାସ କାର୍ଯ୍ୟକୁ କରିବା ଦ୍ୱାରା ଘରର ସମସ୍ତ ସଙ୍କଟ ଦୂର ହେବ l ବୈଭବ ପ୍ରାପ୍ତି ହେବ l

*ହୋଲି ଦିନ ଶ୍ରୀ ଯନ୍ତ୍ରକୁ ଠାକୁରଙ୍କ ନିକଟରେ ପୂଜା କରି କ୍ଷୀର ଅର୍ପଣ କରିବା ଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ l କାରଣ ଶ୍ରୀ ଯନ୍ତ୍ରରେ ଲକ୍ଷ୍ମୀଙ୍କ ସହିତ ୩୩ କୋଟି ଦୈବୀ ଶକ୍ତି ବାସ କରିଥାନ୍ତି l ଏହା ବୈଭବ ପ୍ରାପ୍ତି କରାଇଥାଏ l

*ମୋତି ଶଙ୍ଖ ମଧ୍ୟ ହୋଲିରେ ବିଶେଷ ମହତ୍ୱ ରଖିଛି l ଏହାକୁ ପୂଜା କରିବା ଦ୍ୱାରା ଆର୍ଥିକ ଭାବରେ ଆପଣ ସୁଦୃଢ ହେବ ସହିତ ରୋଗରୁ ମଧ୍ୟ ମୁକ୍ତି ପାଇବେ l ଏହାକୁ ସଫା ସୁତୁରା ସ୍ଥାନରେ ରଖିବା ଉଚିତ l

*ହଳଦିଆ କଉଡିକୁ ହୋଳଲିଦିନ ପୂଜା କରି ଲାଲ କପଡ଼ାରେ ବାନ୍ଧି ନିଜ ଅଲମାରୀରେ ରଖନ୍ତୁ l ଶାସ୍ତ୍ର ଅନୁସାରେ ଏପରି କରିବା ଦ୍ୱାରା ଆର୍ଥିକ ସ୍ତିତିରେ ସୁଧାର ଆସିଥାଏ l

*ଯଦି ଆପଣ ପଇସା ରୋଜଗାର କରୀ ରଖି ପାରୁନାହାନ୍ତି ତେବେ ଏହି ଦିନ ୧୧ ଟି ଗୋମତୀ ଚକ୍ର ହଳଦିଆ କପଡ଼ାରେ ବାନ୍ଧି ଲକ୍ଷ୍ମୀଙ୍କ ନିକଟରେ ରଖନ୍ତୁ l ଏପରି କରିବା ଦ୍ୱାରା ଘରକୁ ସମୃଦ୍ଧି ଆସିବ l

*ହୋଲିଦିନ ଯଦି ଆପଣ ଗୋଟିଏ ଆଖିଥିବା ନଡ଼ିଆ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରିବେ ତେବେ ତାଙ୍କ କୃପା ଲାଭ ହେବ l ଏହା ଦ୍ୱାରା ଘରେ ସୁଖ ଶାନ୍ତି ବୃଦ୍ଧି ପାଇବା l

Show More

Related Articles

Back to top button