Breaking PLUSଓଡ଼ିଶାମୁଖ୍ୟ ଖବର

ହୀରାକୁଦର ଉପରମୁଣ୍ଡ ଏବଂ ତଳମୁଣ୍ଡରେ ବର୍ଷା ଜାରି, ସ୍ଥିତି ଉପରେ ନଜର ରଖାଯାଇଛି

 ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ବର୍ତ୍ତମାନ ହୀରାକୁଦର ଉପରମୁଣ୍ଡରେ ଏବଂ ତଳମୁଣ୍ଡରେ ବର୍ଷା ଜାରି ରହିଛି । ହୀରାକୁଦରେ ୫ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ଆଉଟ ଫ୍ଲୋ ହେଉଥିବା ବେଳେ ଇନ୍‌ ଫ୍ଲୋ ହେଉଛି ୫ ଲକ୍ଷ ୬୦ ହଜାର କ୍ୟୁସେକ ଜଳ । ବର୍ତ୍ତମାନ ୩୪ଟି ଗେଟ ଖୋଲା ରହିଛି । ସ୍ଥିତି ଦେଖି ଅଧିକ ଗେଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବଂଶଧାରା କାଶୀନଗର ନିକଟରେ ଜଳ ସ୍ତର ବଢିଛି । ଆଖୁଆପଦାଠାରେ ବୈତରଣୀ ନଦୀର ଜଳ ସ୍ତର ବଢୁଛି ଏବଂ ଜଳକାର ଜଳ ସ୍ତର ବି ବଢ଼ିବାରେ ଲାଗିଛି । ସକାଳ ୭ଟା ସୁଦ୍ଧା ମୁଣ୍ଡଳୀ ଦେଇ ୫ ଲକ୍ଷ ୫୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଉପର ମୁଣ୍ଡ ରୁ ପାଣି ଆସିବା ଜାରି ରହିଛି । ତେଣୁ ଜଳ ସ୍ତର ଆହୁରି ବଢ଼ିବ ।

୧୫ ତାରିଖ ସୁଦ୍ଧା ମୁଣ୍ଡଳି ଦେଇ ୭ ଲକ୍ଷ କ୍ୟୁସେକ ପ୍ଲସ ଜଳ ପ୍ରବାହିତ ହେବ । କିନ୍ତୁ ବର୍ଷା ଜାରି ରହିଥିବାରୁ ଜଳ ସ୍ତର ବଢିପାରେ । ବର୍ତ୍ତମାନ କୌଣସି ସ୍ଥାନରେ ନଦୀ ବନ୍ଧ ଭାଙ୍ଗିବା ନେଇ କୌଣସି ଖବର ଆସି ନାହିଁ । ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି । ସେହିପରି ସ୍ଥିତିକୁ ଦେଖି ଅଫିସରମାନଙ୍କୁ ସଜାଗ ରଖାଯାଇଛି । ୧୮ଟି ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଥିଲା ତାକୁ ମରାମତି କରାଯାଇଛି । ମାତ୍ର ତାହା ଉପରେ ତୀକ୍ଷଣ ନଜର ରଖାଯାଇଛି । ଅଗଷ୍ଟ ୨୧ ସୁଦ୍ଧା ୬୨୨ ଫୁଟ ପର୍ଯ୍ୟନ୍ତ ହୀରାକୁଦରେ ଜଳ ଆମେ ରଖି ପାରିବୁ ।

Show More

Related Articles

Back to top button