ମନୋରଞ୍ଜନ

ଚର୍ଚ୍ଚାରେ କରୀନାଙ୍କ ମାସ୍କ, ଚମକାଇ ଦେବ ଦାମ୍‍

ବଲିଉଡ଼ ଅଭିନେତ୍ରୀ କରୀନା କପୁର ଖାନଙ୍କ ମାସ୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଯାହାର ଦାମ୍‍ ବାସ୍ତବରେ ଚମକାଇଲା ଭଳି

ସାମାଜିକ ଗଣମାଧ୍ୟମରେ ସର୍ବଦା ସକ୍ରିୟ ରହୁଥିବା କରୀନା ନିଜ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ବିଷୟରେ ସବୁବେଳେ ନିଜ ପ୍ରଶଂସକମାନଙ୍କୁ ଅବଗତ କରାଇଥାଆନ୍ତି। ନିକଟରେ ସେ ନିଜର ମାସ୍କ ପିନ୍ଧିଥିବା ଏକ ଫଟୋ ଶେୟାର କରିଥିଲେ। ଫଟୋରେ କରୀନା କଳା ରଙ୍ଗର ଏକ ମାସ୍କ ପିନ୍ଧିଛନ୍ତି ଏବଂ ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ ନିବେଦନ କରିଛନ୍ତି। ଏହାସହ ସେ କ୍ୟାପ୍ସନରେ ଲେଖିଛନ୍ତି, “ଏହା କୌଣସି ପ୍ରଚାର ନୁହେଁ।

ଦୟାକରି ନିଜ ମାସ୍କ ପିନ୍ଧନ୍ତୁ।ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଫଟୋରେ କରୀନା ଯେଉଁ କଳା ରଙ୍ଗର ମାସ୍କ ପିନ୍ଧିଛନ୍ତି, ତାହା କୌଣସି ସସ୍ତା ମାସ୍କ ନୁହେଁ। ମାସ୍କ ଉପରେ ଧଳା ରଙ୍ଗର ଏଲଭି ସିମ୍ବଲ୍‍ ମଧ୍ୟ ଲାଗିଛି। ଏହି ମାସ୍କ ଏକ ସିଲ୍କ ପାଉଚ୍‍ ସହ ମିଳିଥାଏ। ଏହି ବ୍ରାଣ୍ଡର ୱେବସାଇଟକୁ ଗଲେ ଜାଣିପାରିବେ ଯେ ଏହି ମାସ୍କର ଦାମ୍‍ ୩୫୫ ଡଲାର। ଯାହା ଭାରତୀୟ ମୁଦ୍ରାରେ ୨୫ ହଜାର ୯୯୪ଟଙ୍କା।

Show More

Related Articles

Back to top button