ଦେଶ ବିଦେଶ

ଦିଲ୍ଲୀ AIIMS ସ୍ୱଭାବିକ ହେଲା ଚିକିତ୍ସା ସେବା

ଜେନେରାଲ ୱାର୍ଡରେ ଆରମ୍ଭ ହେଲା ରୋଗୀଙ୍କ ଆଡମିସନ

ଏମସ୍ ଦିଲ୍ଲୀ ପୁଣି ଜେନେରାଲ ୱାର୍ଡରେ ରୋଗୀଙ୍କ ଆଡମିସନ ସମେତ ବୈକଳ୍ପିକ ସେବା ଆରମ୍ଭ କରିଛନ୍ତି। କୋଭିଡ ସଂକ୍ରମଣ ହ୍ରାସ ସହ ଏମସ୍‌ଙ୍କ ସବୁ କେନ୍ଦ୍ର ଖୋଲିବା ଲାଗି ଆଦେଶ ଜାରି ହୋଇଛି। ଏମସ୍‌ ନିର୍ଦ୍ଦେଶକଙ୍କ ଅନୁସାରେ ଏବେ ପୂର୍ବ ଭଳି ପ୍ରାଇଭେଟ ଓ ଜେନେରାଲ ୱାର୍ଡମାନଙ୍କରେ ରୋଗୀଙ୍କୁ ଦାଖଲ କରାଯାଇପାରିବ। ତେବେ ଏମସ୍‌ ରେ କର୍ମଚାରୀଙ୍କ ଉପଲବ୍ଧତା ଅନୁସାରେ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ନିର୍ଦ୍ଦେଶକ ତାଙ୍କ ଆଦେଶରେ କହିଛନ୍ତି । ଗତ ଜାନୁୟାରୀ ମାସ ପ୍ରାରମ୍ଭରେ ଏମସ୍ ନିୟମିତ ଇନପେସେଣ୍ଟ ନନ ଏମାର୍ଜେନ୍ସୀ ଆଡମିସନ ସମେତ ସମସ୍ତ ନିୟମିତ ପ୍ରକ୍ରିୟା ଓ ନନ ଏମାର୍ଜେନ୍ସୀ ସର୍ଜରୀ ସୁବିଧା ନିଲମ୍ବନ କରିଦେଇଥିଲେ।

ସେହିପରି ହସ୍ପିଟାଲର ଟ୍ରମା ସେଣ୍ଟରକୁ ଏକ ସମର୍ପିତ କୋଭିଡ କେୟାର ଫ୍ୟାସେଲିଟିରେ ପରିବର୍ତ୍ତିତ କରାଯାଇଥିଲା। ଅପରପେକ୍ଷେ ଏମସ୍ ହସ୍ପିଟାଲ ଓ ସମସ୍ତ କେନ୍ଦ୍ରରେ ଓପିଡି ସେବାଗୁଡିକ ପୂର୍ବ ଆପଏଣ୍ଟମେଣ୍ଟ ରୋଗୀଙ୍କ ମଧ୍ୟରେ ସୀମିତ କରାଯାଇଥିଲା। ଫଳରେ ଲୋକଙ୍କୁ ଏମସ୍‌ଙ୍କ ସେବା ବନ୍ଦ ହେବା ଯୋଗୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। ତେବେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ) ରାଜଧାନୀର ବିଦ୍ୟାଳୟମାନଙ୍କରେ ଆଗାମୀ ସପ୍ତାହରୁ ନର୍ସରୀରୁ ସବୁ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ପାଠପଢା ଲାଗି ଘୋଷଣା କରିବା ପରେ ଏମସ୍‌ ନିର୍ଦ୍ଦେଶକ ଏହି ଆଦେଶ ଜାରି କରିଛନ୍ତି। ଏହି ଆଦେଶ ତତ୍କାଳ ପ୍ରଭାବରୁ ଲାଗୁ ହୋଇଥିବା ବେଳେ ଲୋକେ ଆଶ୍ୱସ୍ତ ହୋଇଛନ୍ତି।

Show More

Related Articles

Back to top button