ଓଡ଼ିଶା

ଚନ୍ଦ୍ରଭାଗାରେ ବୁଡିଲା ଡଙ୍ଗା : ଜଣେ ନିଖୋଜ, ୪ ଉଦ୍ଧାର

ଚନ୍ଦ୍ରଭାଗାରେ ଅଘଟଣ । କୋଣାର୍କ ଚଦ୍ରଭାଗା ସମୁଦ୍ରରେ ଡ଼ଙ୍ଗା ବୁଡି ଜଣେ ନିଖୋଜ ରହିଥିବା ବେଳେ ୪ ଜଣ ସୁରକ୍ଷିତ ଭାବେ କୂଳକୁ ଚାଲି ଆସିଛନ୍ତି ।

ସୂଚନାନୁସାରେ, ଗୁରୁବାର ରାତିରେ କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ । ମାଢ ଧରିବା ବେଳେ ଡଙ୍ଗାଟି ଓଲଟି ପଡିଥିଲା । ୪ ଜଣ ମତ୍ସ୍ୟଜୀବୀ ପହଁରି କୂଳକୁ ଚାଲି ଆସିଥିଲେ । କିନ୍ତୁ ଜଣେ ଆସିପାରି ନଥିଲେ ।

ଏବେ ସୁଦ୍ଧା ସେ ନିଖୋଜ ଅଛନ୍ତି । ନିଖୋଜ ମତ୍ସ୍ୟଜୀବୀ ହେଲେ ନୋଳିଆ ସାହିର ଆପୋଲୋ ରାଜୁ ।ତେବେ ଆପୋଲୋଙ୍କ କୌଣସି ପତ୍ତା ମିଳିପାରି ନାହିଁ । ଖବର ପାଇ ଅଗ୍ନିଶମବାହିନୀ ଓ ଓଡ୍ରାଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Show More

Related Articles

Back to top button