ସ୍ୱାସ୍ଥ୍ୟ

ଶରୀରରେ କଦାପି କମି ହେବାକୁ ଦିଅନ୍ତୁ ନାହିଁ ଏହି ୫ଟି ଭିଟାମିନ

ଶରୀରରେ ଅଧିକାଂଶ ରୋଗ ଓ ଯନ୍ତ୍ରଣା ଭିଟାମିନ ଡେଫିଶିଏନ୍ସି କାରଣରୁ ହୋଇଥାଏ । ଯଦି ଆପଣ ଶରୀରରେ ୫ଟି ଭିଟାମିନ କୁ ଉଚିତ୍ ମାତ୍ରାରେ ରହିବାକୁ ଦେବେ ତେବେ ରୋଗ ଆପଣଙ୍କ ଠାରୁ ଦୂରେଇ ରହିବ ଓ ହୃତପିଣ୍ଡ , ମସ୍ତିଷ୍କ, ହାଡ ଓ ଶରୀରର ସମସ୍ତ ଅଙ୍ଗ ମଜବୁତ୍ ରହିବ । ଆସନ୍ତୁ ଆଜି ଜାଣିବା କେଉଁ ୫ଟି ଭିଟାମିନ ଶରୀର ପାଇଁ ସବୁଠୁ ଅଧିକ ଆବଶ୍ୟକ ।

ଗବେଷକ ମାନଙ୍କ ମତରେ ଆମ ଶରୀର ଭିତରେ ଅନେକ କେମିକାଲ ଓ ଶାରିରୀକ ଗତିବିଧି ହୋଇଥାଏ । ଯାହାଦ୍ଵାରା ଭିଟାମିନ ଇନ୍ଧନ କିମ୍ବା ଗ୍ରୀସ୍ ଭଳି କାମ କରିଥାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ ର ଆବଶ୍ୟକତା ପଡ଼ିଥାଏ ।

* ଭିଟାମିନ ସି କମିବାର ଲକ୍ଷଣ ଓ ଭିଟାମିନ ସି ଯୁକ୍ତ ଖାଦ୍ୟ –
ଶରୀରରେ ଭିଟାମିନ ସି କମିବା ଦ୍ଵାରା ଟିସୁ ବିକାସ ହେବା ଓ ରିପେୟରିଂ ଅଟକି ଯାଇଥାଏ । ଯେଉଁ କାରଣରୁ ଦୁର୍ବଳ ଇମ୍ୟୁନ ସିଷ୍ଟମ, କ୍ଷତ ଶୀଘ୍ର ନ ଶୁଖିବା, ଶୁଷ୍କ ତ୍ୱାଚା ଇତ୍ୟାଦି ଦେଖା ଦେଇଥାଏ । ଭିଟାମିନ ସି ର କମି କୁ ପୁରା କରିବା ପାଇଁ ଲେମ୍ବୁ, କମଳା, ବ୍ରକୋଲି, ଆଳୁ ଇତ୍ୟାଦି ଖାଇବା ଉଚିତ୍ ।

* ଭିଟାମିନ ଡି କମିବାର ଲକ୍ଷଣ ଓ ଖାଦ୍ୟ –
ଶରୀରରେ ଭିଟାମିନ ଡି କମିବା କାରଣରୁ ହାଡ, ଦାନ୍ତ ଓ ନଖ ଭଳି କଠୋର ଅଙ୍ଗ ଗୁଡ଼ିକ ଦୁର୍ବଳ ହୋଇ ଭାଙ୍ଗିବାକୁ ଲାଗିଥାଏ । ଏହା ବ୍ୟତୀତ ଡିପ୍ରେଶନ ଓ ସନ୍ ଡ୍ୟାମେଜ୍ ସମସ୍ୟା ଦେଖାଦିଏ । ଏହି ଭିଟାମିନ ର କମି କୁ ପୁରା କରିବା ପାଇଁ କମଳା ଜୁସ, ଦୁଗ୍ଧ, ଅଣ୍ଡା, ଛତୁ , ମାଛ ଇତ୍ୟାଦି ଖାଇବା ଉଚିତ୍ ।

* ଭିଟାମିନ ବି 12 କମିବାର ଲକ୍ଷଣ ଓ ଖାଦ୍ୟ –
ଶରୀରରେ ଭିଟାମିନ ଡି ୧୨ କମିବା ଦ୍ଵାରା ଏନର୍ଜି କମିବା ଓ ଥକା ଲାଗିବା ଦେଖା ଯାଇଥାଏ । ଭିଟାମିନ ବି ୧୨ କମିବା ଦ୍ଵାରା ଶରୀରରେ ସେଲସ୍ କୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ । ଏହି ଭିଟାମିନ କୁ ଠିକ୍ ରଖିବା ପାଇଁ ଅଣ୍ଡା, ଦୁଗ୍ଧ, ସୋୟା ମିଲକ୍, ଅନ୍ୟ ଭିଟାମିନ ବି ୧୨ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ।

* ଭିଟାମିନ ବି ୯ର କମି ଓ ଲକ୍ଷଣ –
ଭିଟାମିନ ବି ୯ କୁ ଫୋଲେଟ୍ କିମ୍ବା ଫୋଲିକ ଏସିଡ କୁହାଯାଏ । ଯାହାକି ଗର୍ଭବତୀ ମହିଳା ମାନଙ୍କ ପାଇଁ ଖୁବ୍ ଆବଶ୍ୟକ । ନଚେତ୍ ଶିଶୁ ମାନଙ୍କ ବିକାଶ ଓ ବିକାର ରେ ଅସୁବିଧା ଦେଖାଦେବ । ଫୋଲିକ୍ ଏସିଡ ରେଡ୍ ବ୍ଲଡ଼ ସେଲ୍ ର ବିକାସ ଖୁବ୍ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହି ଭିଟାମିନ ଅଭାବ କୁ ପୁରା କରିବା ପାଇଁ ପତ୍ର କୋବି, ଖଟା ଫଳ, ଡାଲି, ମଟର, ଇତ୍ୟାଦି ଖାଦ୍ୟ ଖାଇବା ଆବଶ୍ୟକ ।

* ଭିଟାମିନ ଏ କମିବାର ଲକ୍ଷଣ ଓ ଖାଦ୍ୟ –
ଶରୀରରେ ଭିଟାମିନ ଏ କମିବା ଦ୍ଵାରା ଚକ୍ଷୁ ର ଦୃଷ୍ଟି ଶକ୍ତି କମି ଯାଇଥାଏ । ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଓ ଅସ୍ୱାସ୍ଥ୍ୟକର ଚର୍ମ ସମସ୍ୟା ଦେଖିବାକୁ ମିଳିଥାଏ । ଏହାକୁ ଦୂର କରିବା ପାଇଁ ସବୁଜ ପନିପରିବା, ଗାଜର, ପାଳଙ୍ଗ, ଅଣ୍ଡା, ଦୁଗ୍ଧ ଇତ୍ୟାଦି ନିୟମିତ ଖାଇବା ଆବଶ୍ୟକ ।

Show More

Related Articles

Back to top button