Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧% ମତଦାନ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ମତଦାନ ଶେଷ ହୋଇଛି

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ମତଦାନ ଶେଷ ହୋଇଛି । ତୃତୀୟ ପର୍ଯ୍ୟାୟରେ ପ୍ରାରମ୍ଭିକ ସୂଚନା ଅନୁସାରେ ୭୧% ମତଦାନ ହୋଇଛି । ମତଦାନ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ତାଙ୍କ କହିବା ଅନୁସାରେ, କିଛି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ମତଦାନ ବାଧାପ୍ରାପ୍ତ ହୋଇଛି ।ଏସମ୍ପର୍କରେ ଜିଲ୍ଲାପାଳମାନଙ୍କ ଠାରୁ ରିପୋର୍ଟ ପାଇବା ପରେ ପଦକ୍ଷେପ ନିଆଯିବ । ତେବେ ଯାଜପୁରର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ କମିଶନର ଦୃଢ଼ ନିନ୍ଦା କରିଛନ୍ତି । ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସକୁ ନିର୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।

Show More

Related Articles

Back to top button