ସ୍ୱାସ୍ଥ୍ୟ

ଆୟୁର୍ବେଦରେ ଏହି ସବୁ ଜିନିଷ ଏକ ସହିତ ଖାଇବା ଅନୁଚିତ

ହୋଇପାରେ ଏହିସବୁ ସମସ୍ୟା

ଅଧିକାଂଶ ଲୋକଙ୍କର ଏପରି ଅଭ୍ୟାସ ଥାଏ ଯେଉଁମାନେ ନିଜ ଖାଇବା ଥାଳିରେ ଏପରି କିଛି ଖାଦ୍ୟକୁ ସାମିଲ କରି ନିଅନ୍ତି ଯାହା ସେମାନଙ୍କର ଅନ୍ୟ ଖାଦ୍ୟ ସହିତ ମେଳ ନଥାଏ l ଆପଣ ଜାଣି ରଖିବା ବଶ୍ୟକ ଆୟୁର୍ବେଦ ଅନୁସାରେ କେଉଁ ଜିନିଷକୁ ଏକ ସହିତ ଖାଇବା ଉଚିତ ନୁହେଁ l କାରଣ ଭାରତର ପରମ୍ପରା ଓ ସଂସ୍କୃତି ଦୈନଦିନ ଜୀବନ ଚର୍ଯ୍ୟାକୁ ନେଇ ଚାଲିଥାଏ ,ଯାହା ସମ୍ପୂର୍ଣ ଭାବରେ ଆୟୁର୍ବେଦ ଉପରେ ନିର୍ଭର ଶିଳ l ଆୟୁର୍ବେଦ ହେଉଛି ଭାରତର ସବୁଠୁ ପୁରୁଣା ଚିକିତ୍ସା ପଦ୍ଧତି l ଆଜି ଆସନ୍ତୁ ଜାଣିବା ଆମେ କେଉଁ ଜିନିଷ ସବୁକୁ ଏକାଠି ଖାଇବା ଉଚିତ ନୁହେଁ l

ଦୁଗ୍ଧ ସହିତ ଏହି ସବୁ ଜିନିଷ ଖାଇବା ହାନିକାରକ –

ବିରି ଡାଲି ,ପନିର ,ଅଣ୍ଡା ଓ ମାଂସ l ବିରିଡାଲି ଖାଇବା ପରେ ଦୁଗ୍ଧ ପିଇବା ଉଚିତ ନୁହେଁ l ବେଳେ ବେଳେ ବିରିଡାଲି ଗ୍ୟାସ କରାଇଥାଏ l ସେହି ଭଳି ଭାବରେ ଅଣ୍ଡା ,ମାଂସ ଓ ପନିର ଖାଇବା ପରେ ଦୁଗ୍ଧ ପିଇବା ଉଚିତ ନୁହେଁ କିମ୍ବା ଏହି ସବୁ ଜିନିଷ ସହିତ ଦୁଗ୍ଧ ମଧ୍ୟ ମିଶାଇ ଖାଇବେ ନାହିଁ l କାରଣ ଏହି ଖାଦ୍ୟ ଗୁଡିକ ଗରିଷ୍ଠ ଆହାର, ଯାହା ସହଜରେ ହଜମ ହୋଇ ନଥାଏ l ଦୁଗ୍ଧ ସହିତ ଘିଅ ,ମଦ ,ଖଟା ଜିନିଷ ଓ ପଣସ କଠା ଖାଆନ୍ତୁ ନାହିଁ l

ଦହି ସହିତ ଏହି ସବୁ ଖାଦ୍ୟ ଖାନ୍ତୁ ନାହିଁ –

ଦହି ସହିତ ଖାସ କରି ଖଟା ଫଳ ଖାଇବା ଉଚିତ ନୁହେଁ l ଦହି ଓ ଫଳର ଅଲଗା ଅଲଗା ଏଞ୍ଜାଇମ ରହିଥାଏ l ଯାହା ହଜମ ହେବାରେ ଅସୁବିଧା ହୋଇଥାଏ l

ମାଛ ସହିତ ଏହି ଜିନିଷ ଖାଆନ୍ତୁ ନାହିଁ-

ମାଛ ଗୋଟିଏ ଆମିଷ ଭୋଜନ ,ଏହା ଗର୍ମ ଖାଦ୍ୟରେ ଅନ୍ତର୍ଭୁକ୍ତ l ତେଣୁକରି ମାଛ ସହିତ ଦୁଗ୍ଧ ଜାତୀୟ ପଦାର୍ଥ ଖାଇବା ଉଚିତ ନୁହେଁ l

ମହୁ ସହିତ କଣ ଖାଇବେ ନାହିଁ –

ମହୁକୁ କେବେ ବି ଗରମ କରି ଖାଆନ୍ତୁ ନାହିଁ l ଜ୍ୱର ସମୟରେ ମହୁ ଖାଇବା ଭୁଲ ଅଟେ l ମହୁ ସହିତ ଲହୁଣୀ ଓ ଘିଅ ଖାଇବା ଉଚିତ ନୁହେଁ l ଏହାକୁ ଏକାଠି ଖାଇଲେ ହଜମ ପ୍ରକ୍ରିୟାରେ ଅସୁବିଧା ହୋଇଥାଏ l

ଏହି ସବୁ ଜିନିଷକୁ ଏକା ସହିତ ଖାଇବାକୁ ବାରଣ କରନ୍ତୁ –

ଥଣ୍ଡା ପାଣି ସହିତ ଘିଅ ,ତେଲ ,ପିଜୁଳି ,କାକୁଡି,ଜାମୁକୋଳି ଓ ଚିନାବାଦାମ ଖାଇବା ଅନୁଚିତ l

Show More

Related Articles

Back to top button