ସ୍ୱାସ୍ଥ୍ୟ

ପାଣି କଖାରୁରେ ଚିକିତ୍ସା

ଏହି ୪ଟି ରୋଗରୁ ତୁରନ୍ତ ଉପଶମ ପାଇବେ

ପାଣି କଖାରୁକୁ ଆମେ ପ୍ରାୟ ସମସ୍ତ ବାଡ଼ି ବଗିଚାରେ ଦେଖିବାକୁ ପାଇଥାଉ l ଏହାକୁ ଆମେ କଷି ସମୟରେ ତରକାରୀ ଭାବରେ ପ୍ରସ୍ତୁତ କରି ଖାଇଥାଉ ଏବଂ ପାକଳ ହୋଇଗଲା ପରେ ଏଥିରେ ବଡି ଓ ବିଭିନ୍ନ ମିଠାଈ ପ୍ରସ୍ତୁତ ହୋଇଥାଏ l ଖାସ କରି ଉତର ଭାରତର ଲୋକମାନେ ପାଣି କଖାରୁରେ ବିଭିନ୍ନ ପ୍ରକାରର ମିଠାଈ ପ୍ରସ୍ତୁତ କରି ଖାଇ ଥାନ୍ତି l ଏହି ପାଣି କଖାରୁରେ ମଧ୍ୟ ବିଭିନ୍ନ ଔଷଧୀୟ ଗୁଣ ରହିଛି ସେ ବିଷୟରେ ଆଜି ଆସନ୍ତୁ ଜାଣିବା l
  • ପେଟ ବ୍ୟଥା – ଯଦି ଆପଣଙ୍କର ଗ୍ୟାସ ହୋଇ ପେଟ ବ୍ୟଥା ହେଉଛି ତେବେ ପାଣି କାଖରୁ ରସରେ ଗୋଲମରିଚ ଗୁଣ୍ଡ ମିଶାଇ ଏକ କପ ମାତ୍ରାରେ ଦିନରେ ଦୁଇଥର ସେବନ କଲେ ପେଟ ବ୍ୟଥା ଦୂର ହୋଇଥାଏ l
  • ବାତ ପିତ -ବାତ ପିତ ରୋଗ ପ୍ରାୟ ଅଧିକାଂଶ ଲୋକଙ୍କ ପାଖରେ ଦେଖା ଦେଇଥାଏ l ଯଦି ଆପଣ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି ତେବେ ନିୟମିତ ଭାବରେ କଷି ପାଣି କଖାରୁକୁ ତରକାରୀ କରି ଖାଆନ୍ତୁ ,ଆରାମ ପାଇବେ l
  • ଶ୍ୱାସ ରୋଗ – ପାଣି କାଖରୁ ମୂଳର ଚୂର୍ଣ୍ଣକୁ ୨ ଗ୍ରାମ ନେଇ ଉଷୁମ ପାଣିରେ ଦିନକୁ ଦୁଇଥର ମିଶାଇ ସେବନ କରିବା ଦ୍ୱାରା ଶ୍ୱାସ ରୋଗରୁ ଆରାମ ମିଳେ l ନଚେତ ପାଣି କଖାରୁରେ ଲାଗିଥିବା ଧଳା ଧଳା ଅଂଶକୁ କୋରି ସେଥିରେ ମହୁ ମିଶାଇ ସେବନ କଲେ ଶ୍ୱାସ ରୋଗରୁ ଆରାମ ମିଳିବ l
  • ଉଚ୍ଚ ରକ୍ତଚାପ -ଉଚ୍ଚ ରକ୍ତଚାପ ରୋଗୀ ମାନେ ସର୍ବଦା ମାନସିକ ଦୁଶ୍ଚିନ୍ତା ଗ୍ରସ୍ତ ହୋଇ ଥାନ୍ତି l ଏହି ପରି ରୋଗୀ ମାନେ ପ୍ରତେକ ଦିନ ସକାଳୁ ଉଷୁମ ପାଣି ସହିତ ଅଧ କପ ପାଣି କଖାରୁ ରସ ପିଇବା ଦ୍ୱାରା ଉଚ୍ଚ ରକ୍ତଚାପ ରୋଗ ଦୂର ହୋଇଥାଏ l
Show More

Related Articles

Back to top button