Breaking PLUSଦେଶ ବିଦେଶମୁଖ୍ୟ ଖବର

ଏମ୍ସରେ ହେବ ୫୦ଟି ନୂଆ OT ଏବଂ ୩ ହଜାରରୁ ଅଧିକ ବେଡ୍

ପୁନର୍ବିକାଶର ମାଷ୍ଟର ପ୍ଲାନ୍‌ ଦେଲେ କେନ୍ଦ୍ର ସରକାର

ଦିଲ୍ଲୀରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ପୁଣିଥରେ ଉନ୍ନତିମୂଳକ କାମ ଆରମ୍ଭ ହେବାକୁ ଯାଉଛି। ଏମ୍‌ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତିଯେ ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ କେନ୍ଦ୍ର ସରକାର ଏମ୍‌ସକୁ ଅଧିକ ଉନ୍ନତ ଓ ବିକସିତ କରିବା ପାଇଁ ଏକ ମାଷ୍ଟର ପ୍ଲାନ ଦେଇଛନ୍ତି। ଏମ୍‌ସର ମାଷ୍ଟର ପ୍ଲାନ ମଧ୍ୟରେ ରୋଗୀମାନଙ୍କର ସେବାସୁଶୃଷା, ପ୍ରଶିକ୍ଷଣ-ଗବେଷଣା ଓ ପ୍ରଶାସନିକ କାର୍ଯ୍ୟ, ଓପିଡିରେ ଉନ୍ନତ ଚିକିତ୍ସା ସେବା ଓ ରହଣୀ ବ୍ୟବସ୍ଥା ସହିତ ସମ୍ପୂର୍ଣ୍ଣ ଭାବେ ଆନୁସଙ୍ଗିକ ଢାଞ୍ଚାକୁ ପୁଣିଥରେ ବିକଶିତ କରିବାକୁ ସରକାର ମାଷ୍ଟର ପ୍ଲାନ ଦେଇଛନ୍ତି। ଏମ୍ସର ଫେକଲ଼୍ଟି, ପ୍ରଶାସନିକ କର୍ମଚାରୀ ଓ ଡାକ୍ତରମାନଙ୍କୁ ସମ୍ୱୋଧିତ କରି ଏମ୍ସର ନିର୍ଦ୍ଦେଶକ ଏପରି କହିଛନ୍ତି।

ଏହି ପ୍ରକଳ୍ପ ଅଧୀନରେ ଦିଲ୍ଲୀ ଏମ୍ସ କ୍ୟାମ୍ପସରେ ୫୦ଟି ନୂଆ ଅସ୍ତ୍ରୋପଚାର କକ୍ଷ, ୩ ହଜାରରୁ ଅଧିକ ରୋଗୀ ଶଯ୍ୟା ରହିବ ଓ ଏଥିରେ ୩୦୦ଟି ଶଯ୍ୟା ଜରୁରୀ କାଳୀନ ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ହେବ। ସେ କହିଛନ୍ତି ଏପରି ଭାବେ ଏମ୍ସ ଏବେ ବିଶ୍ୱସ୍ତରୀୟ ଚିକିତ୍ସା ବିଶ୍ୱବିଦ୍ୟାଳୟରେ ପରିଣତ ହେବ। ଏହି ନୂଆ ପ୍ରକଳ୍ପ ଅଧୀନରେ ଗବେଷଣାଗାର, ଏନିମଲ ଫେସିଲିଟିଜ୍‌ ଓ କ୍ଲିନିକାଲ୍‌ ଟ୍ରାଏଲ୍‌ ସୁବିଧା ସହିତ ୪ ହଜାର ହଷ୍ଟେଲ୍ ୟୁନିଟ୍‌, ୧୪ ହଜାର ଗାଡ଼ି ମୋଟର ରହଣୀ ସ୍ଥଳ ନୂଆ ତିଆରି ହେବ ବୋଲି କୁହାଯାଇଛି।ଗୁଲେରିଆ କହିଛନ୍ତି ଆମେ ଏହି ପ୍ରକଳ୍ପରେ ପ୍ରାଥମିକ କାମ ସାରି ସରକାରଙ୍କ ପାଖେ ଏହାର ବିସ୍ତୃତ ରିପୋର୍ଟ ଦାଖଲ କରିଛୁ। ସରକାର ଏହାକୁ ପୁନର୍ବିକାଶ ପ୍ରକଳ୍ପ ଭାବେ ଅନୁମୋଦନ କରିଛନ୍ତି। ରଣଦୀପ ଆହୁରି କହିଛନ୍ତି ଦିଲ୍ଲୀ ବିକାଶ ପ୍ରାଧିକରଣ ଦ୍ୱାରା ମସଜିଦ ମଠ, ପୂର୍ବ ଓ ପଶ୍ଚିମ ଅନସାରୀ ନଗର ଟ୍ରାମା ସେଣ୍ଟରର ବିଭିନ୍ନ ୫ଟି ଜାଗାକୁ ମଧ୍ୟ ଚିକିତ୍ସା ବିଦ୍ୟାଳୟର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟର ଏକ ନୂଆ କ୍ୟାଟେଗୋରି ଅଧୀନରେ ଏକତ୍ରିତ କରାଯାଇଛି। ଯାହାକି ଏହାର ପରିସରକୁ ବ୍ୟାପକ କରିବ। ଡାକ୍ତର ଗୁଲେରିଆ କହିଛନ୍ତି ମୋର ଆଶା ସ୍ୱାଧୀନତାର ୭୬ ବର୍ଷରେ ଏମ୍ସ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବା ସହିତ ଏକ ନୂଆ ଯୁଗରେ ପ୍ରବେଶ କରିବ। ଯେଉଁଠି ଆମର ଭୌତିକ ଆନୁସଙ୍ଗିକ ଢାଞ୍ଚା ନୁହେଁ ବରଂ ଆମର ଡିଜିଟାଲ ମେରୁଦଣ୍ଡ ଓ ସମ୍ପତ୍ତି ବି ଦୁନିଆର ସର୍ବଶ୍ରେଷ୍ଠ ଭାବେ ପ୍ରତିଷ୍ଠିତ ହେବ। ଏହା ପୂର୍ବରୁ କେନ୍ଦ୍ର ସରକାର ଚିନ୍ତନ ଶିବିର ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଯେଉଁଥିରେ ସରକାର ସମସ୍ତ ଏମ୍ସର ଉନ୍ନତିମୂଳକ କାମର ସମୀକ୍ଷା କରିବେ।

Show More

Related Articles

Back to top button