Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

୨୫ ବର୍ଷୀୟ ଯୁବ ଷ୍ଟାର୍ଟଅପଙ୍କ ଉପରେ ଭରଷା ଦେଖାଇଲେ ରତନ ଟାଟା

ଜାଣନ୍ତୁ କେଉଁ ସେବା ଯୋଗାଉଛି କମ୍ପାନି

ଦେଶର ବିଶିଷ୍ଟ ଶିଳ୍ପପତି ରତନ ଟାଟା ବରିଷ୍ଠ ନାଗିରକଙ୍କୁ ସେବା ଭାବେ ସହଯୋଗ ଯୋଗାଉଥିବା ଷ୍ଟାର୍ଟଅପ ଗୁଡଫେଲୋଜରେ ନିବେଶ କରିବା ନେଇ ଘୋଷଣା କରିଛନ୍ତି । ତେବେ ନିବେଶ ରାଶି ନେଇ କୌଣସି ସୂଚନା ମିଳି ନାହିଁ । ଉଲ୍ଲେଖଯୋଗ୍ୟ ଯେ, ଟାଟା ଗ୍ରୁପରୁ ଅବସର ନେବା ପରେ ରତନ ଟାଟା ଅନେକ ଷ୍ଟାର୍ଟଅପରେ ନିବେଶ କରି ସାରିଛନ୍ତି। ସାନ୍ତନୁ ନାଇଡଙ୍କୁ ଷ୍ଟାର୍ଟଅପରେ ନିବେଶ କରିବା ପାଇଁ ରତନ ଟାଟା ଘୋଷଣା କରିଛନ୍ତି । କର୍ଣ୍ଣଲ ବିଶ୍ୱବିଦ୍ୟାଳୟରୁ ପାଠ ପଢିଥିବା ୨୫ ବର୍ଷୀୟ ସାନ୍ତନୁ ନାଇଡୁ ଟାଟାଙ୍କ କାର୍ଯ୍ୟାଳୟରେ ଅଛନ୍ତି ଏବଂ ୨୦୧୮ରୁ ସେ ରତନ ଟାଟାଙ୍କୁ ସହାୟତା କରୁଛନ୍ତି ।

ସାନ୍ତନୁଙ୍କ ଏହି ଷ୍ଟାର୍ଟଅପ ବରିଷ୍ଠ ନାଗରିକ ଗ୍ରାହକଙ୍କ ସାଥି ଭାବେ କାମ କରିବା ପାଇଁ ଯୁବ ସ୍ନାତକଙ୍କୁ କାମରେ ରଖିଥାଏ । କମ୍ପାନି ପ୍ରାରମ୍ଭିକ ପର୍ଯ୍ୟାୟରେ ମୁମ୍ୱାଇରେ ଗତ ଛଅ ମାସ ଧରି ୨୦ ଜଣ ବରିଷ୍ଠ ନାଗରିକଙ୍କ ସହ କାମ କରୁଛି । ଏବେ ପୁଣେ, ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ସେବା ପ୍ରଦାନ କରିବା ପାଇଁ ଯୋଜନା ରଖିଛି ।

Show More

Related Articles

Back to top button