Breaking PLUSଓଡ଼ିଶା

୧୦୦ ଟଙ୍କାରେ ରାଜ୍ୟବାସୀ କରିପାରିବେ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟିଙ୍ଗ

ଯେଉଁଠି ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ ପାଇଁ ଶହ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା ଏବେ ମାତ୍ର ୧୦୦ ଟଙ୍କାରେ ରାପିଡ୍ ଆଣ୍ଟିଜେନ୍‌ କରାଯାଇ ପାରିବ

ରାଜ୍ୟରେ କରୋନା କରୋନା ସଂକ୍ରମଣର ପ୍ରକୋପ କମିବାରେ ଲାଗିଛି। ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗିଛି। ତଥାପି ମନରୁ ଯାଇନି କରୋନା ଡର। ସଂକ୍ରମଣକୁ ନେଇ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରୁଛନ୍ତି। କରୋନା ଟେଷ୍ଟ ମଧ୍ୟ ଜାରି ରହିଛି। ଏଣିକି ରାଜ୍ୟରେ ଶସ୍ତା ହେବ କରୋନା ଟେଷ୍ଟ। ଯେଉଁଠି ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ ପାଇଁ ଶହ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା ଏବେ ମାତ୍ର ୧୦୦ ଟଙ୍କାରେ ରାପିଡ୍ ଆଣ୍ଟିଜେନ୍‌ କରାଯାଇ ପାରିବ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି।ରାଜ୍ୟ ସରକାର ସୋମବାର ରାପିଡ୍ ଆଣ୍ଟିଜେନ୍‌ ଟେଷ୍ଟର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି।

ବିଜ୍ଞପ୍ତି ଅନୁଯାୟୀ ଏଣିକି ରାଜ୍ୟରେ କେବଳ ୧୦୦ ଟଙ୍କାରେ ରାଜ୍ୟବାସୀ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କରି ପାରିବେ। ଘରୋଇ ଲ୍ୟାବ୍ ଏବଂ ବେସରକାରୀ ସଂସ୍ଥା ମାନେ ଜନତାଙ୍କଠୁ ଶହେ ଟଙ୍କାରୁ ଅଧିକ ଟଙ୍କା ନନେବା ପାଇଁ ତାଗିଦ୍‌ ମଧ୍ୟ କରିଛନ୍ତି।ସୂଚନାଯୋଗ୍ୟ ଯେ, ରାଜ୍ୟରେ ଅଦ୍ୟାବଧି ମୋଟ୍ ସଂଖ୍ୟା ୩ ଲକ୍ଷ ୨୬ ହଜାର ୫୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩ ଲକ୍ଷ ୨୧ ହଜାର ୬୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୮୩୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଆକ୍ଟିଭ୍ କେସ୍ ସଂଖ୍ୟା ୩ ୦୫୭ ଟି ଆକ୍ଟିଭ୍‌ କେସ୍‌ ରହିଛି। ଏବେ ସୁଦ୍ଧା ରାଜ୍ୟରେ ୬୬ ଲକ୍ଷ ୩୫ ହଜାର ୯୮୦ ନମୂନା ପରୀକ୍ଷା କରାଯାଇଛି।

Show More

Related Articles

Back to top button