ଦେଶ ବିଦେଶବାଣିଜ୍ୟ

୭୦ ବର୍ଷ ପରେ ଆରମ୍ଭ ହେଲା ତେଲ ଉତ୍ପାଦନ

ଏବେ ଆଗକୁ ବଢିବ ଦେଶର ଅର୍ଥନୀତି

ବୈଜ୍ଞାନିକ ଏବଂ ଇଂଜିନିୟରମାନଙ୍କର ପ୍ରାୟ ୭୦ ବର୍ଷର ପରିଶ୍ରମ ପରେ ପଶ୍ଚିମବଙ୍ଗରେ ତେଲ ଉତ୍ପାଦନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ଠାରୁ ୫୦ କିମିଦୂର ୨୪ ପ୍ରଗଣା ଜିଲ୍ଲାର ଅଶୋକନଗରର ଏକ କୂଅରୁ ତେଲ ଉତ୍ପାଦନ ଆରମ୍ଭ କରାଯାଇଛି । ଏହା ସହିତ ଆଉ ପାଦେ ଆଗେଇଛି INGC । ରବିବାର କେନ୍ଦ୍ର ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ତେଲ ଉତ୍ପାଦନ କେନ୍ଦ୍ରକୁ ରାଷ୍ଟ୍ର ପାଇଁ ସମର୍ପଣ କରିଛନ୍ତି ।ପଶ୍ଚିମବଙ୍ଗରେ ନୂତନ ଭାବେ ଯେଉଁ ପେଟ୍ରୋଲିୟମ ଉତ୍ପାଦନ ଆରମ୍ଭ ହୋଇଛି ତାହା ଦେଶର ଅଷ୍ଟମ ଉତ୍ପାଦନ ବେସିନ୍ । ଏହି ବେସିନରେ ତେଲ ଏବଂ ଗ୍ୟାସ୍ ଭଣ୍ଡାରର ସନ୍ଧାନ ପ୍ରଥମେ ୧୯୪୯ ମସିହାରେ ହୋଇଥିଲା ।

ତେବେ ବର୍ତ୍ତମାନ ଏଥିରେ ବିପୁଳ ପରିମାଣର ପେଟ୍ରୋଲିୟମ ମହଜୁଦ ଅଛି ଯାହାକି ପଶ୍ଚିମବଙ୍ଗ ଅର୍ଥବ୍ୟବସ୍ଥା ପାଇଁ ବରଦାନ ସଦୃଶ ହେବ ବୋଲି ଅନୁମାନ କରାଯାଉଛି ।କୋଲକାତାର ଅଶୋକନଗର-୧ରେ ତେଲ କୂଅ ଖୋଜା ପ୍ରାୟ ୭୦ ବର୍ଷ ହେବ ଜାରି ରହିଥିଲା । ତେବେ ବର୍ତ୍ତମାନ ସେଠାରେ ତେଲ ଉତ୍ପାଦନ ଆରମ୍ଭ ହୋଇଯାଇଛି ଏବଂ ଆଗାମୀ ଦିନରେ ନିଯୁକ୍ତି କ୍ଷେତ୍ରରେ ଏବଂ ଦେଶରେ ଅର୍ଥବ୍ୟବସ୍ଥାକୁ ଆଗକୁ ନେବାରେ ଏହା ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।ଏହି କୂଅର ସନ୍ଧାନ ପାଇଁ ଆଇଏନଜିସି ପ୍ରାୟ ୩୩୮୧ କୋଟି ଟଙ୍କା ଖର୍ଚ୍ଚ କରିଛି । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବୈଜ୍ଞାନିକ ଏବଂ ଇଂଜିନିୟରମାନଙ୍କର ଅଦମ୍ୟ ପ୍ରୟାସ ଫଳରେ ଏହା ସମ୍ଭବ ହୋଇପାରିଛି । ତେବେ ସେଠାରୁ ତେଲ ଉତ୍ପାଦନ ଆରମ୍ଭ ହୋଇଛି ଏବଂ ଆଗାମୀ ଦିନରେ ବେଙ୍ଗଲର ବିକାଶ କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Show More

Related Articles

Back to top button