Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆଇଏମଏ ରାଷ୍ଟ୍ରକୁ ହସ୍ତାନ୍ତର କଲା ୩୪୩ ସୈନ୍ୟ ଅଧିକାରୀ

ଡେରାଡୁନ, ୯ ଡିସେମ୍ବର – ଭାରତୀୟ ସୈନ୍ୟ ଏକାଡ଼େମୀ (ଆଇଏମଏ)ରୁ ଶନିବାର ୩୭୨ କ୍ୟାଡେଟ ପାସ୍ ଆଉଟ୍ ହୋଇଛନ୍ତି । ଏଥିରେ ୩୪୩ ଜଣ ସୈନ୍ୟ ଅଧିକାରୀ ଭାରତୀୟ ସେନାରେ ଯୋଗ ଦେଇଛନ୍ତି । ୧୨ ମିତ୍ର ଦେଶର ୨୯ କ୍ୟାଡେଟ୍ ପାସ୍ ଆଉଟ୍ ହୋଇଛନ୍ତି । ପାସିଙ୍ଗ ଆଉଟ୍ ପ୍ୟାରେଡ ର ସଲାମୀ ଗ୍ରହଣ କରିଥିଲେ ଶ୍ରୀଲଙ୍କାର ସିଡିଏସ ଜନରଲ ଡଃ. ଶିବେନ୍ଦ୍ର ସିଲଭା । ପାସିଙ୍ଗ ଆଉଟ୍ ପ୍ୟାରେଡକୁ ଦୃଷ୍ଟିରେ ରଖି ଏକାଡ଼େମୀର ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ପ୍ୟାରେଡ଼ରେ ଅଂଶଗ୍ରହଣକାରୀ ଆତ୍ମବିଶ୍ଵାସ ଓ ଉତ୍ସାହର ସହିତ ଲବରେଜ ଜେଂଟେଲମେନ କ୍ୟାଡେଟସ୍ ଭାରତୀୟ ସୈନ୍ୟ ଏକାଡ଼େମୀର ଐତିହାସିକ ଚେଟବୁଡ ଭବନ ସମ୍ମୁଖରେ ଡ୍ରିଲ୍ ସ୍କୋୟରରେ ସକାଳ ୯ଟାରେ ପହଂଚି ଥିଲେ । ଏହାପରେ ପ୍ୟାରେଡ୍ ସ୍ଥଳକୁ ଆଇଏମଏ ର ନିଶାନ ଅଣାଯାଇଥିଲା । ନିରୀକ୍ଷଣ ଅଧିକାରୀ ଶ୍ରୀଲଙ୍କାର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜନରଲ ଡଃ. ଶିବେନ୍ଦ୍ର ସିଲଭା ଶୌର୍ଯ୍ୟ ମାର୍ଗରୁ ପ୍ୟାରେଡ୍ ସ୍ଥଳରେ ପହଂଚି ସଲାମୀ ନେଇଥିଲେ ।

ଏହାପରେ ନିରୀକ୍ଷଣ ଅଧିକାରୀ ପୂର୍ବାହ୍ନ ୯ଟା ୪ ରେ ପ୍ୟାରେଡ୍ ର ନିରୀକ୍ଷଣ କରିଥିଲେ । ତାଙ୍କ ସହିତ ଆଜିର ପ୍ୟାରେଡ୍ କମାଣ୍ଡର ମୋହିତ ବେନବାଲ ଉପସ୍ଥିତ ଥିଲେ । ପ୍ୟାରେଡ୍ ରେ ସାମିଲ୍ ହୋଇଥିବା କ୍ୟାଡେଟମାନେ ବିଜୟ ଭାରତ ଧୁନ୍ ରେ ମାର୍ଚ୍ଚ କରିଥିଲେ ।

Show More

Related Articles

Back to top button