ଜୀବନଚର୍ଯ୍ୟା

କଣ ଆପଣଙ୍କ ଦାନ୍ତ ହଳଦିଆ ଦେଖାଯାଉଛି ? ଏହି ଘରୋଇ ଉପାୟକୁ ଆପଣାନ୍ତୁ

ହସ ଗୋଟିଏ ଏପରି ଜିନିଷ ଯାହା ମୁଖମଣ୍ଡଳର ଓ ଶରୀରର ଭାବନାକୁ ପରିପ୍ରକାଶ କରିଥାଏ l ହସରେ ମୁଖ୍ୟ ଭୂମିକା ଦାନ୍ତ ମାନଙ୍କର ରହିଥାଏ ,ଦାନ୍ତ ହସର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ l ଯଦି ଦାନ୍ତ ହଳଦିଆ ଦେଖା ଯାଇଥାଏ ତେବେ ହସର ଆକର୍ଷଣ କମି ଯାଇଥାଏ

ଦାନ୍ତ ହଳଦିଆ ଦେଖା ଯିବାର ଅନେକ କାରଣ ରହିଛି l ଆମେ ବେଳେ ବେଳେ ଯେତେ ଦାନ୍ତକୁ ସଫା କଲେ ମଧ୍ୟ ଏହାର ହଳଦିଆ ପଣ ଦୂର ହୋଇ ନଥାଏ l ଯଦି ଆପଣ ଏହା ହଳଦିଆ ଦାନ୍ତରୁ ମୁକ୍ତ ପାଇବାକୁ ଚାହୁଁଛନ୍ତି ତେବେ ନିମ୍ନ ଲିଖିତ ଉପାୟ ଆପଣାନ୍ତୁ l

* ଅନେକ ପୁରୁଣା କାଳରୁ ଦାନ୍ତରେ ତେଲ ଲଗାଇବାର ପ୍ରଥା ରହିଛି l ପୁରୁଣା କାଳର ଉପାୟରେ କୁହା ଯାଉଥିଲା ଯେ ଦାନ୍ତରେ ତେଲ ଲଗାଇବା ଦ୍ୱାରା ମୁଖ ଗହ୍ୱର ଜୀବାଣୁ ମୁକ୍ତ ହୋଇଥାଏ l ତେଣୁକରି ଦାନ୍ତରେ ସୂର୍ଯ୍ୟମୁଖୀ ଫୁଲର ତେଲ ଲଗାଇବା ଆବଶ୍ୟକ l ଏଥିରେ ଲେରିକ ଏସିଡ ରହିଥିବା ଯୋଗୁଁ ଦାନ୍ତ ପାଇଁ ଉତ୍ତମ ଅଟେ l

* ଦାନ୍ତକୁ ପ୍ରାକୃତିକ ଭାବରେ ବେକିଂ ସୋଢା ସଫା ରଖିଥାଏ l ବେକିଂ ସୋଢାର ବ୍ୟବହାର ପେଷ୍ଟରେ ମଧ୍ୟ କରାଯାଇଥାଏ l ଗବେଷଣାରୁ ଜଣା ପଡିଛି ଯେ ବେକିଂ ସୋଢାରେ ଟୁଥ ପେଷ୍ଟ ମିଶାଇ ଦାନ୍ତ ଘଷିବା ଦ୍ୱାରା ଦାନ୍ତ ସୁନ୍ଦର ଦେଖାଯିବl ସହିତ ଦାନ୍ତରେ ଚମକ ଆସିଥାଏ l ଆପଣ ଗୋଟିଏ ଚାମଚ ବେକିଂ ସୋଢାରେ ୨ ଚାମଚ ପାଣି ମିଶାଇ ଦାନ୍ତରେ ବ୍ରସ କରନ୍ତୁ ,ସପ୍ତାହକୁ ୨ରୁ ୩ଥର କରିବାକୁ ପଡିବ l

* ଶରୀରରେ କ୍ୟାଲସିୟମ କମିବା ଦ୍ୱାରା ଅନେକ ପ୍ରକାରର ରୋଗର ସମ୍ମୁଖୀନ ଆମେ ହୋଇଥାଉ l ସେହିଭଳି ଦାନ୍ତ ରୋଗର ମଧ୍ୟ ଶିକାର ହୋଇଥାଉ l ସେଥିପାଇଁ ନିଜର ଦୈନନ୍ଦିନ ଖାଦ୍ୟରେ କ୍ୟାଲସିୟମ ସହିତ ଭିଟାମିନ ଡି ଯୁକ୍ତ ଖାଦ୍ୟ ସାମିଲ କରିବା ଆବଶ୍ୟକ l ଗବେଷକ ମାନଙ୍କ ମତରେ ଦାନ୍ତ ହଳଦିଆ ଦେଖାଯିବା କ୍ୟାଲସିୟମ ହେଉଛି ଆଉ ଗୋଟିଏ କାରଣ l

* ହାଇଡ୍ରୋଜେନ ପାରାକସାଇଡ ହେଉଛି ଆଉ ଗୋଟିଏ ପ୍ରାକୃତିକ ବ୍ଲିଚିଙ୍ଗ ,ଯାହା ଜୀବାଣୁକୁ ମାରିବା ସହିତ କ୍ଷତକୁ ମଧ୍ୟ ଠିକ କରିଥାଏ l ଗବେଷଣାରୁ ଜଣା ପଡିଛି ଯେଉଁ ଟୁଥ ପେଷ୍ଟ ରେ ବେକିଂ ସୋଢା ଓ ଏକ ପ୍ରତିଶତ ହାଇଡ୍ରୋଜେନ ପାରାକ ସାଇଡ ରହିଥାଏ ତାହା ଦାନ୍ତକୁ ସୁନ୍ଦର ରଖିବାରେ ସାହାଯ୍ୟ କରିଥାଏ l ଧ୍ୟାନ ରଖିବେ ସବୁବେଳେ ଯେପରି ଡ଼ାଈଲ୍ୟୁଟ ହାଇଡ୍ରୋଜେନ ପାରାକସାଇଡ ବ୍ୟବହାର କରିବେ l

Show More

Related Articles

Back to top button