ଦେଶ ବିଦେଶ

ଶତାୟୁ ହେବାକୁ ଚାହୁଁଛନ୍ତିତ ଏହି ୮ ଜଣ ଚିରଞ୍ଜୀବୀଙ୍କୁ ସ୍ମରଣ କରନ୍ତୁ ଓ ନିରୋଗୀ ରୁହନ୍ତୁ

ପ୍ରାଚୀନ ହିନ୍ଦୁ ଇତିହାସ ଓ ପୁରାଣରେ ଦୀର୍ଘାୟୁ ବ୍ୟକ୍ତି ମାନଙ୍କ ବିଷୟରେ ଅନେକ ତଥ୍ୟ ଦିଆଯାଇଛି l କିନ୍ତୁ ବିଶେଷ ଭାବରେ ଏଭଳି ୮ଟି ବ୍ୟକ୍ତିଙ୍କ ବିଷୟରେ କୁହାଯାଇଛି ଯେଉଁମାନଙ୍କ ବିଷୟରେ ହୁଏତ ଆପଣ ଜାଣି ନଥିବେ l ଏମାନେ ସମସ୍ତେ କୌଣସି ବଚନ ,ଅଭିଶାପ କିମ୍ବା ଦିବ୍ୟ ଶକ୍ତିରେ ବନ୍ଧା ଅଟନ୍ତି

ହିନ୍ଦୁ ଧର୍ମ ଅନୁସାରେ ଏହି ମାନଙ୍କୁ ସାତଟି ଜୀବିତ ମହାମାନଵ କୁହାଯାଏ l ଶାସ୍ତ୍ର ଅନୁସାରେ ଏମାନଙ୍କୁ ମଣିଷ ପ୍ରାତଃ ସମୟରେ ସ୍ମରଣ କରିବା ଦ୍ୱାରା ଦୀର୍ଘାୟୁ ହୋଇଥାଏ l

ପ୍ରାଚୀନ ମାନ୍ୟତା ଅନୁସାରେ ଯଦି କୌଣସି ବ୍ୟକ୍ତି ସକାଳୁ ଉଠି ଅଶ୍ୱଥାମା ,ଦୈତ୍ୟରାଜ ବଳି ,ବେଦବ୍ୟାସ ,ହନୁମାନ ,ବିଭୀଷଣ ,କୃପାଚାର୍ଯ୍ୟ ,ପର୍ଶୁରାମ ଓ ମାର୍କଣ୍ଡେୟ ରୁଷି ଇତ୍ୟାଦିଙ୍କ ନାମ ନେବ ସିଏ ନିରୋଗୀ ରହିବ ଓ ଶତାୟୁ ହେବ l ଏହିମାନଙ୍କୁ ଅଷ୍ଟ ଛଡ଼ାନଯିବି କୁହାଯାଏ l

* ହନୁମାନ – କଳିଯୁଗରେ ହନୁମାନଙ୍କୁ ସବୁଠୁ ଅଧିକ ପ୍ରସନ୍ନ ହେଉଥିବା ଦେବତା କୁହାଯାଏ l ମା ସୀତାଙ୍କୁ ଅଶୋକ ବାଟିକାରେ ରାମଙ୍କ ବାର୍ତ୍ତା ଦେବା ପରେ ମା ସୀତା ତାଙ୍କୁ ଅଜର ଅମର ହେବାର ଆଶୀର୍ବାଦ ଦେଇଥିଲେ l ତାଙ୍କର କେବେବି ମୃତ୍ୟୁ ଆସିବନି କିମ୍ବା ବାର୍ଦ୍ଧକ୍ୟ ଆସିବନି l ସେଥିପାଇଁ ଭଗବାନ ହନୁମାନଙ୍କୁ ଅକ୍ଷୟ ଶକ୍ତିର ସ୍ରୋତ କୁହାଯାଏ ଓ ସେ ଚୀର ଯୁବା ଅଟନ୍ତି l

* କୃପାଚାର୍ଯ୍ୟ -ମହାଭାରତ କଥା ଅନୁସାରେ କୁରପାଚାର୍ଯ୍ୟ କୌରବ ଓ ପାଣ୍ଡବ ମାନଙ୍କର କୁଳଗୁରୁ ଥିଲେ l କୃପାଚାର୍ଯ୍ୟ ଗୌତମ ଋଷିଙ୍କର ପୁତ୍ର ଅଟନ୍ତି ଓ ତାଙ୍କର ଭଉଣୀଙ୍କ ନାମ କୄପି ଥିଲା l କୄପିଙ୍କର ବିବାହ ଦ୍ରୋଣାଚାର୍ଯ୍ୟଙ୍କ ସହିତ ହୋଇଥିଲା l କୃପାଚାର୍ଯ୍ୟ ଅଶ୍ଵସ୍ଥାମାଙ୍କର ମାମୁ ଥିଲେ l ମହାଭାରତ ଯୁଦ୍ଧରେ କୃପାଚାର୍ଯ୍ୟ ପାଣ୍ଡବ ମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିବାରୁ ତାଙ୍କୁ ଦୀର୍ଘାୟୁ ହେବାର ବଳ ମିଳିଥିଲା l

* ଅଶ୍ଵସ୍ଥାମା -ଭୀବହ୍ନ୍ନ ଗ୍ରନ୍ଥରେ ଭଗବାନ ସଙ୍କରଙ୍କର ଅନେକ ଗୁଡିଏ ଅବତାରରେ ବର୍ଣ୍ଣନା ରହିଛି l ଏହି ଅବତାର ମାନଙ୍କ ମଧ୍ୟରୁ ଆଜି ମଧ୍ୟ ପୃଥିବୀରେ ଏପରି ଗୋଟିଏ ଅବତାର ରହିଛି ଯିଏ ମୁକ୍ତି ପାଇଁ ବୁଲୁଛି ସିଏ ହେଉଛନ୍ତି ଦ୍ରୋଣଙ୍କ ପୁତ୍ର ଅଶ୍ଵସ୍ଥାମା l ଶାସ୍ତ୍ର ଅନୁସାରେ ଅଶ୍ଵସ୍ଥାମା କାଳ ,କ୍ରୋଧ ,ଯମ ଓ ଭଗବାନ ଶଙ୍କରଙ୍କ ମିଶିଥିବା ଅଂଶର ଅବରତର ଥିଲେ l ଧର୍ମଗ୍ରନ୍ଥ ଅନୁସାରେ ଭଗବାନ ଶ୍ରୀ କୃଷ୍ଣ ଅଶ୍ଵସ୍ଥାମାଙ୍କୁ ଚିରକାଳ ପାଇଁ ପୃଥିବୀ ଉପରେ ବୁଲିବାର ଅଭିଶାପ ଦେଇଥିଲେ l

* ରୁଷି ମାର୍କଣ୍ଡେୟ -ଭଗବାନ ଶିବଙ୍କୁ ଭକ୍ତିରେ ସନ୍ତୁଷ୍ଟ କରି ମହା ମୃତୁଞ୍ଜୟ ମନ୍ତ୍ର ଜପ କରି ଚିରଞ୍ଜିବୀ ହୋଇଥିଲେ l ମାର୍କଣ୍ଡେୟକୁ ଏହି ବରଦାନ ପ୍ରଭୁ ଶଙ୍କରଙ୍କ ପାଖରୁ ମିଳିଥିଲା l

* ବିଭୀଷଣ- ରାକ୍ଷସରାଜ ରାବଣଙ୍କ ଭାଇ ବିଭୀଷଣ ଶ୍ରୀ ରାମଙ୍କ ଭକ୍ତ ଥିଲେ l ସେ ରାବଣକୁ ସତ୍ୟର ଜ୍ଞାନ ଦେଇ ଲଙ୍କାରୁ ବିତାଡିତ ହେଲେ ଓ ପ୍ରଭୁ ଶ୍ରୀ ରାମଙ୍କ ସେବାରେ ନିଜ ଜୀବନ ସମର୍ପିଥିଲେ l ସେହି ସମୟରେ ଶ୍ରୀରାମ ସନ୍ତୁଷ୍ଟ ହୋଇ ବିଭୀଷଣଙ୍କୁ ଅମରତ୍ୱ ବାର ଦେଇଥିଲେ l

* ରାଜା ବାଳୀ-ଶାସ୍ତ୍ର ଅନୁସାରେ ରାଜା ବାଳୀ ଭକ୍ତ ପ୍ରହ୍ଲାଦଙ୍କ ବଂଶଜ ଅଟନ୍ତି l ଭଗବାନ ବିଷ୍ଣୁଙ୍କର ବନାମ ଅବତାରରେ ରାଜା ବାଳୀ ନିଜର ସବୁକିଛି ଦାନ କରି ଦେଇଥିଲେ l ବିଷ୍ଣୁ ପ୍ରସନ ହୋଇ ରାଜା ବାଳୀଙ୍କୁ ଦ୍ୱାରପାଳ କରିବା ସହିତ ଅମରତ୍ୱ ପ୍ରଦାନ କରିଥିଲେ l

* ରୁଷି ବ୍ୟାସ -ରୁଷି ବ୍ୟାସ ଚାରୋଟି ବେଦର ରଚନା କରିଥିଲେ l ତା ସହିତ ମହାଭାରତ ଓ ଶ୍ରୀମଦ ଭାଗବତ ଗୀତା ମଧ୍ୟ ବ୍ୟାସଙ୍କ ଦ୍ୱାରା ରଚନା କରାଯାଇଥିଲା l ସେ ବେଦବ୍ୟାସ ନାମରେ ଜଣାଶୁଣା ଅଟନ୍ତି l ରୁଷି ପରାଶର ଓ ସତ୍ୟବତୀଙ୍କ ପୁତ୍ର ଥିଲେ ବେଦବ୍ୟାସ l ତାଙ୍କୁ କୃଷ୍ଣଙ୍କ ପାଖରୁ ଅମରତ୍ୱ ପ୍ରାପ୍ତି ହୋଇଥିଲା l

* ପର୍ଶୁରାମ -ଭଗବାନ ବିଷ୍ଣୁଙ୍କର ଅଷ୍ଟମ ଅବତାର ପର୍ଶୁରାମ ଅଟନ୍ତି l ପର୍ଶୁରାମଙ୍କ ପିତା ଯମ ,ଅଗ୍ନି ଓ ମାତା ରେଣୁକା ଥିଲେ l ପର୍ଶୁରାମଙ୍କ ଜନ୍ମ ସମୟ ସତ୍ୟଯୁଗ ଓ ତ୍ରେତୟା ଯୁଗର ସନ୍ଧି କାଳରେ ହୋଇଥିଲା l ପର୍ଶୁରାମଙ୍କର ପ୍ରଥମ ନାମ ରାମ ଥିଲା ସେ ଶିବଙ୍କୁ କଠୋର ତପସ୍ୟା ବଳରେ ପ୍ରସନ କରି ଆମର ହେବାର ବରଦାନ ପାଇଥିଲେ l

Show More

Related Articles

Back to top button