ଜୀବନଚର୍ଯ୍ୟା

ସଫଳତାର ମନ୍ତ୍ର : ସଫଳତା ପାଇଁ ଜରୁରୀ ଅଟେ ଟାଇମ ମ୍ୟାନେଜମେଣ୍ଟ ,ଧ୍ୟାନ ରଖନ୍ତୁ ଏହି ୪ଟି କଥା

ଆଜିକାଲି ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ବର୍ତମାନର କାମକୁ ନେଇ ଖୁସି ନୁହନ୍ତି l ତେଣୁକରି ସେମାନେ ନିଜ କାମ ଉପରେ ଠିକ ଭାବରେ ଧ୍ୟାନ ଦେଇ ପାରୁ ନାହାନ୍ତି ,ସେହି କାରଣରୁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l

ସମୟ ମଧ୍ୟ ନଷ୍ଟ ହେଉଛି l ଏଭଳି ଲୋକ ମାନଙ୍କ ପାଇଁ ଗୋଟିଏ କଥା କୁହାଯାଇ ପାରିବ ସମୟକୁ ଧ୍ୟାନ ଦେବା ଆବଶ୍ୟକ ଓ ଯେଉଁ କାମ କରୁଛନ୍ତି ତାହାକୁ ସଚୋଟ ଭାବରେ କରନ୍ତୁ l

ଧ୍ୟାନ ଦିଅନ୍ତୁ ଏହି ୪ଟି କଥା –

* କଠିନ ପରିଶ୍ରମ-ସଫଳତା ହାସଲ କରିବା ପାଇଁ ପ୍ରଥମ ମନ୍ତ୍ର ହେଲା କଠିନ ପରିଶ୍ରମ l ଲୋକମାନଙ୍କ ପାଖରୁ ଆପଣ ଏହା କହିବା ମଧ୍ୟ ଶୁଣିଥିବେ ଯେ ସଫଳତା ପାଇବା ପାଇଁ କୌଣସି ସରଳ ଉପାୟ ନାହିଁ l ଯଦି ଆପଣ ଛାତ୍ର ହୋଇଛନ୍ତି ତେବେ ନିଜ ଭବିଷ୍ୟତର ସ୍ୱପ୍ନକୁ ଦେଖି ପରିଶ୍ରମ କରି ଚାଲନ୍ତୁ l ଯଦି ଆପଣ କର୍ମଜୀବି ହୋଇଛନ୍ତି ତେବେ ବର୍ତ୍ତମାନର କାର୍ଯ୍ୟରେ ପରିଶ୍ରମ କରିବା ସହିତ ଭବିଷ୍ୟତ ପାଇଁ କିଛି ଉଚ ଅଭିଳାଷ ରାଖାନ୍ତୁ l

* ପ୍ରତେକ କାମ ପାଇଁ ସମୟ ନିର୍ଧାରଣ -ଆପଣ ଯଦି ଛାତ୍ର ହୋଇଛନ୍ତି ତେବେ ନିଜର ପାଠ୍ୟକ୍ରମକୁ ପୁରା କରିବା ପାଇଁ ସମୟ ନିର୍ଧାରଣ କରନ୍ତୁ l ଆପଣ ଯେଉଁ କାମ କରିବାକୁ ଯାଉଛନ୍ତି କିମ୍ବା ଚାହୁଁଛନ୍ତି ସେଥିପାଇଁ ପୂର୍ବରୁ ସମୟ ନିର୍ଧାରଣ କରନ୍ତୁ l କାରଣ ଜୀବନରେ ସମୟ ଅନୁବର୍ତ୍ତିତ ହେବ ନିହାତି ଆବଶ୍ୟକ l ଯିଏ ସମୟର ମୂଲ୍ୟକୁ ବୁଝିଛି ସେ ସବୁକିଛି କରି ପାରିବ l

* ଧ୍ୟାନ ଦେଇ କରନ୍ତୁ -ବିନା ଧ୍ୟାନରେ ଛାତ୍ର ମାନେ ଯେତେ ଅଧିକ ପାଠ ପଢିଲେ ମଧ୍ୟ ସେ ପାଠପଢ଼ାର କୌଣସି ମୂଲ୍ୟ ନାହିଁ l ଯେତିକି ସମୟ ପଢୁଛନ୍ତି ଏକାଗ୍ରତା ରଖିବା ବଶ୍ୟକ l ସେହିଭଳି କର୍ମଜୀବି ମାନେ ସବୁବେଳେ ନିଜ କାମକୁ ଯଦି ଧ୍ୟାନ ଦେଇ କରିବେ ତେବେ କାମ ତାଙ୍କର ସହଜ ହେବା ସହିତ ସରଳ ମଧ୍ୟ ହୋଇଯିବ l

* ନିଜ ସ୍ୱପ୍ନକୁ ସତ୍ୟ କରିବାର ସଂଘର୍ଷ – ସବୁବେଳେ ଜୀବନରେ ବଡ଼ ସ୍ବପ୍ନ ଦେଖିବା ଆବଶ୍ୟକ ଓ ଦୀର୍ଘ ସମୟ ପାଇଁ ଏହାକୁ ସମୟ ନିର୍ଦ୍ଧାରଣ କରନ୍ତୁ l ଯଦି କେବେ ଲାଗୁଚି ଆପଣ ହlରିବାକୁ ଯାଉଛନ୍ତି ତେବେ ନିଜର ସ୍ୱପ୍ନକୁ ମନେ ପକାନ୍ତୁ l ନିଜର ମନକୁ ବୁଝାନ୍ତୁ ଯେ ମୁଁ ମୋର ଗୋଲକୁ ହାସଲ କରିବି l

Show More

Related Articles

Back to top button