ସ୍ୱାସ୍ଥ୍ୟ

ଆପଣ ଚାହାରେ ଲେମ୍ବୁ ମିଶାଇ ଏହି ସବୁ ପିଉଛନ୍ତି କି ?

ତେବେ ହୋଇଯାନ୍ତୁ ସାବଧାନ : ହୋଇପାରେ ଏହି ସମସ୍ୟା

ଚାହା ପିଇବା ସମାୟାରେ କିଛିନା କିଛି ଆମେ ଖାଇଥାଉ ,ଖାଇବା ମଧ୍ୟ ଆବଶ୍ୟକ l ଖାଲି ପେଟରେ ଚାହା ପିଇବା ସ୍ୱାସ୍ଥ୍ୟ ପକ୍ଷରେ ହାନିକାରକ l ଆଜି ଆସନ୍ତୁ ଜାଣିବା ଚାହା ପିଇବା ସମୟରେ କେଉଁଜିନିଷ ଗୁଡିକ ଖାଇବା କ୍ଷତିକାରକ ହୋଇଥାଏ ସେ ବିଷୟରେ ଆଜି ଆସନ୍ତୁ ଜାଣିବା l

ଲେମ୍ବୁ -ଚାହା ସହିତ କୌଣସି ଏପରି ଜିନିଷ ଖାଆନ୍ତୁ ନାହିଁ ଯେଉଁଥିରେ ଲେମ୍ବୁ ପଡିଥିବା l କିଛି ଲୋକ ଚାହାରେ ଲେମ୍ବୁ ଚିପୁଡ଼ି ଲେମନ-ଟି ପ୍ରସ୍ତୁତ କରି ପିଇ ଥାନ୍ତି l କିନ୍ତୁ ଏହି ପ୍ରକାର ଚାହା ଏସିଡ଼ିଟି ଓ ପାଚନ ସମ୍ବଧୀୟ ସମସ୍ୟା ଓ ଗ୍ୟାସ ସମସ୍ୟା ସୃଷ୍ଟି କରିଥାଏ l

କଞ୍ଚା ଜିନିଷ -ଚାହା ପିଇବା ସମୟରେ କୌଣସି କଞ୍ଚା ଜିନିଷ ଖାଇବା ଠିକ ନୁହେଁ l ଯେପରିକି ସାଲାଡ଼ ,ଗଜା ମୁଗ ,ଗଜା ବୁଟ ,ସିଝା ଅଣ୍ଡା ଇତ୍ୟାଦି ଖାଇବା ଠିକ ନୁହେଁ l ଚାହା ସଂହିତା ଏଗୁଡ଼ିକୁ ଖାଇଲେ ପେଟର କ୍ଷତି ହୋଇଥାଏ l ଏହା ବ୍ୟତୀତ ଗରମ ଓ ଥଣ୍ଡାର ସମିଶ୍ରଣରେ ଅଧିକ ଅସୁବିଧା ଦେଖାଯାଏ l

ହଳଦୀ ଯୁକ୍ତ ଖାଦ୍ୟ -ଚାହା ସହିତ କିମ୍ବା ଚାହା ପିଇବା ପରେ ଏପରି କିଛି ଖାଦ୍ୟ ସେବନ କରନ୍ତୁ ନାହିଁ ଯେଉଁଥିରେ ହଳଦୀର ମାତ୍ରା ଅଧିକ ଥିବ l ଚାହା ଓ ହଳଦୀରେ ଥିବା ରସାଇନୀକ ତତ୍ୱ ନିଜ ଭିତରେ ପ୍ରତିକ୍ରିୟା ସୃଷ୍ଟି କରି ପାଚନ ତନ୍ତ୍ରକୁ କ୍ଷତି କରିଥାନ୍ତି ଯାହା ଆଗକୁ ଅସୁବିଧା ସୃଷ୍ଟି କରେ l

ଥଣ୍ଡା ଜିନିଷ – ଚାହା ସହିତ କିମ୍ବା ଚାହା ପିଇବା ପରେ ,ପାଣି ଭଳି କୌଣସି ଥଣ୍ଡା ଜିନିଷ ସେବନ କରନ୍ତୁ ନାହିଁ l ଚାହା ପିଇବା ପରେ ଯଦି ଆମେ ପାଣି ,ଜୁସ କିମ୍ବା ଅନ୍ୟ କୌଣସି ପ୍ରକାରର ଥଣ୍ଡା ଜିନିଷ ସେବନ କରୁ ଏହା ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପକାଇଥାଏ l ଏହା ଦ୍ୱାରା ଗମ୍ଭୀର ଏସିଡ଼ିଟି କିମ୍ବା ପେଟର ଅନ୍ୟ ସମସ୍ୟା ସୃଷ୍ଟି ହୁଏ l

Show More

Related Articles

Back to top button