ଦେଶ ବିଦେଶସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ବୟସ୍କ ମାନଙ୍କ ମଧ୍ୟରେ କାହିଁକି ଦେଖାଯାଏ ମାନସିକ ରୋଗ

କିପରି ମିଳିପାରିବ ଏହାରୁ ରକ୍ଷା, ଆସନ୍ତୁ ପଢିବା ସମ୍ପୂର୍ଣ ଖବର-

ବୟସ୍କ ମାନଙ୍କ ମଧ୍ୟରେ ଅଧିକାଂଶ ସମୟରେ ମାନସିକ ରୋଗ ଦେଖାଯାଇଥାଏ l ଏହି ରୋଗକୁ ଜେରୀଏଟ୍ରିକ ମାନସିକ ରୋଗ ବୋଲି କୁହା ଯାଏ l ଏହି ରୋଗ କୌଣସି ଏପରି ଗପଟିଏ ଭୟଙ୍କର ରୋଗ ନୁହେଁ ,ଏହା ଏକ ପ୍ରକାରର ମାନସିକ ସମସ୍ୟା l ଯେପରି କି କୌଣସି ବୟସ୍କ ବ୍ୟକ୍ତି ରାଗିବା କିମ୍ବା ଏପରି କିଛି କହି ଭୁଲିଯିବା ହେଉଛି ଏହି ରୋଗର ସମସ୍ୟା l ଏହି ପରି ସ୍ଥଳରେ ବୟସ୍କ ମାନଙ୍କର ବିଶେଷ ଦେଖାଶୁଣା କରିବା ବଶ୍ୟକ l ଆସନ୍ତୁ ଜାଣିବା ଏହି ରୋଗର ସମସ୍ୟା ବିଷୟରେ l

ଶରୀରରେ ସୋଡିୟମର କମି ରହିବ ଦ୍ୱାରା ମସ୍ତିଷ୍କର ବିଶେଷ ଭାଗରେ ଏହାର ପ୍ରଭାବ ପଡିଥାଏ l ଅଧିକ ଚିନ୍ତା ଯୋଗୁ ମଧ୍ୟ ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୁଏ l ଭିଟାମିନର କମି ,ଇଲେଟ୍ରୋଲାଇଟ ଇନବାଳାନ୍ସ ହେବ ଦ୍ୱାରା ବିଭିନ୍ନ ପ୍ରକାରର ଅସୁବିଧା ଦେଖା ଯାଇଥାଏ l ଯେପରିକି ବାରମ୍ବାର ଭୁଲିବାର ସମସ୍ୟା ,ଘରର ରାସ୍ତା ଭୁଲିବ ,ପଇସା କାହାକୁ ଦେଇଛନ୍ତି ତାହା ଭୁଲିଯିବା ,ନିଜର ନାମ ଓ ଠିକଣା ଭୁଲିଯିବା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ l

ଏହାକୁ ଡାକ୍ତରୀ ଭାଷାରେ ଡିଲେରିୟମ ମଧ୍ୟ କୁହାଯାଏ l ଏପରି ସ୍ଥଳରେ ରୋଗୀମାନେ ବିଭିନ୍ନ ପ୍ରକାରର ଅଲଗା ଅଲଗା କାମ କରିଥାନ୍ତି l ବୟସ୍କ ବ୍ୟକ୍ତି ମାନଙ୍କର ଏହି ମାନସିକ ରୋଗର ସମସ୍ୟାକୁ ଚିକିତ୍ସା କରିବା ପାଇଁ ଯେଉଁ ଚିକିତ୍ସା ପଦ୍ଧତି ଆପଣ ଯାଏ ତାହାକୁ ସାଇକୋ ଥେରାପି କୁହାଯାଏ l ଏପରି ସ୍ଥଳରେ ରୋଗୀ ମାନଙ୍କର ମସ୍ତିଷ୍କରେ ପଶିଥିବା ବିଭିନ୍ନ ନକାରାତ୍ମକ କଥାକୁ ବାହାର କରିବାକୁ ଚେଷ୍ଟା କରାଯାଏ l

ମାନସିକ ରୋଗରୁ କିପରି ନିଜକୁ ରକ୍ଷା କରିବେ –

୪୦ ରୁ ୫୦ ବର୍ଷ ମଧ୍ୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ l ରକ୍ତଚାପ ,ମଧୁମେହ ଆଦିକୁ ନିୟନ୍ତ୍ରଣ ରଖନ୍ତୁ l ଅବସର ନେବା ପରେ ନିଜକୁ ସାମାଜିକ ଭାବରେ ଯୋଡି ରଖନ୍ତୁ l ଯେପରିକି ଘରର ଛୋଟ ଛୋଟ କାମ କରିବା ,ପରିବାର ସହିତ ଗପସପ ହେବ ,ବନ୍ଧୁବାନ୍ଧବଙ୍କୁ ସହିତ ସମ୍ପର୍କ ବଢାଇବା ଇତ୍ୟାଦି l ପ୍ରତେକ ଦିନ କିଛିନା କିଛି ବ୍ୟାୟାମ କରନ୍ତୁ ଓ ନିଜ ଖାଦ୍ୟ ଓ ପାନୀୟର ଧ୍ୟାନ ରଖନ୍ତୁ l

Show More

Related Articles

Back to top button