ଓଡ଼ିଶାରାଜନୀତି

ନିଜର ସମ୍ପତି ତାଲିକା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପତ୍ତି ତାଲିକା ପ୍ରକାଶ। ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ସଂପତ୍ତି ତାଲିକା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ ସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଜନପଥ ଶାଖାରେ ୧୬ ଲକ୍ଷ ୭୬ ହଜାର ୧୮ ଟଙ୍କା ଜମା ରହିଥିବା ବେଳେ ସେହି ବ୍ୟାଙ୍କରେ ସ୍ଥାୟୀ ଜମା ୧ କୋଟି ୩ ଲକ୍ଷ ୧୩ ହଜାର ୪୯୯ ଟଙ୍କା ରହିଛି। ସଂସଦ ଭବନ ଏସ୍‌ବିଆଇ ଶାଖାରେ ଜମା ୧ ହଜାର ୮୧୮ ଟଙ୍କା ରହିଛି। ସେହିପରି ଗଞ୍ଜାମ ହିଞ୍ଜିଳିକାଟୁ ଏସ୍‌ବିଆଇ ଶାଖାରେ ୨୦ ହଜାର ୫୬୬ ଟଙ୍କା ଜମା ରହିଛି। ବରଗଡ଼ ପଦ୍ମପୁର ଏସ୍‌ବିଆଇ ଶାଖାରେ ୩୭ ହଜାର ୨୨୩ ଟଙ୍କା ଜମା ରହିଛି।

୨ ଲକ୍ଷ ୮୯ ହଜାର ଟଙ୍କା ମୂଲ୍ୟର ସୁନାଗହଣା ରହିଛି। ଗୋଟିଏ ପୁରୁଣା ଆମ୍ବାସଡର କାର୍ ମୂଲ୍ୟ ୮ ହଜାର ୯୦୫ ଟଙ୍କା ରହିଛି। ଫରିଦାବାଦରେ ଫାର୍ମ ଓ ବିଲ୍ଡିଂର ମୂଲ୍ୟ ୧୦ କୋଟି ୭୫ ଲକ୍ଷ ୫୧ ହଜାର ଟଙ୍କା ରହିଛି। ନବୀନ ନିବାସର ସଂପତ୍ତି ସେୟାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ଟଙ୍କା ରହିଛି। ନୂଆଦିଲ୍ଲୀ ସ୍ଥିତ କାଲାମ ରୋଡ୍‌ରେ ଥିବା ସଂପତ୍ତିର ସେୟାରର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା ରହିଛି। ଅନ୍ୟପଟେ ଫରିଦାବାଦରେ ଥିବା ସଂପତ୍ତି ବିକ୍ରି ପାଇଁ ଅଗ୍ରିମ ୧ କୋଟି ୨୫ ଲକ୍ଷ ଟଙ୍କା ଆଣିଛନ୍ତି।

Show More

Related Articles

Back to top button