ସ୍ୱାସ୍ଥ୍ୟ

ଯଦି ଆପଣ ଗରମ ପାଣିରେ ମହୁ ମିଶାଇ ପିଉଛନ୍ତି , ତେବେ ହୋଇ ଯାଆନ୍ତୁ ସାବଧାନ

ମହୁ ଗୋଟିଏ ତରଳ ଖାଦ୍ୟ ଭାବରେ ଜଣା ଶୁଣା l ଯାହାର ବ୍ୟବହାର ଔଷଧ ଠାରୁ ନେଇ ପୂଜା ପାଠରେ ମଧ୍ୟ କରାଯାଇଥାଏ l ମହୁରେ ଭିଟାମିନ ,କାର୍ବୋହାଇଡ୍ରେଟ ,ନାୟସିନ ,ଭିଟାମିନ ବି ୬ ,ଭିଟାମିନ ସି ଓ ଅମିନୋ ଏସିଡ ରହିଛି l ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି

ହଜାର ହଜାର ବର୍ଷ ପୂର୍ବରୁ ମହୁର ବ୍ୟବହାର ଆୟୁର୍ବେଦ ଚିକିତ୍ସା ପ୍ରଣାଳୀରେ ହୋଇ ଆସୁଛି l ନିକଟରେ ହୋଇଥିବା ଗୋଟିଏ ଗବେଷଣାରୁ ମହୁକୁ ନେଇ ତଥ୍ୟ ଆଧାରକୁ ଆୟୁର୍ବେଦ ମଧ୍ୟ ଗ୍ରହଣ କରିଛି l

* ଅଧିକାଂଶ ଲୋକ ଗରମ ପାଣି ଓ ମହୁର ଉପଚାର ବିଷୟରେ ଅନେକ ମତ ଦେଇଥାନ୍ତି l ଲୋକମାନେ ଗ୍ରହଣ କରିଛନ୍ତି ଯେ ମହୁ ଓ ଗରମ ପାଣି ଦ୍ୱାରl ଓଜନ ହ୍ରାସ ହୋଇଥାଏ l କିନ୍ତୁ ଗୋଟିଏ ଗବେଷଣାରୁ ଜଣା ପଡିଛି ଉଷୁମ ପାଣି ଓ ମହୁ ପ୍ରତେକଦିନ ସେବନ କରିବା ଦ୍ୱାରା ଶରୀର ପକ୍ଷରେ କ୍ଷତିକାରକ ହୋଇପାରେ l

* ଆୟୁର୍ବେଦରେ ମହୁ ଓ ଗରମ ପାଣିର ମିଶ୍ରଣ ଶରୀର ପକ୍ଷରେ କ୍ଷତି କାରକ ହୋଇପାରେ l କାରଣ ମହୁ ଗରମ ଖାଦ୍ୟ ହୋଇଥିବା କାରଣରୁ ଗବେଷକ ମାନେ ମତ ଦେଇଛନ୍ତି ଯେ ଏହାକୁ ଗରମ କରି ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ରୋଗର କାରଣ ହୋଇଥାଏ l ତେଣୁ ଏହାକୁ ଖାଇବା ନିଷେଧ ଅଟେ l

* କାର୍ଲିଫର୍ନିଆ ସ୍ଥିତ ଗବେଷଣା କେନ୍ଦ୍ରରେ ଜଣା ପଡିଛି ଯେ ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ମହୁକୁ ଖାଇବାକୁ କୁହାଯାଇଛି କିନ୍ତୁ କେବଳ ଖାଲି ପାଣିରେ ,ଗରମ ପାଣିରେ ନୁହେଁ l ମହୁକୁ ଆଦୌ ଗରମ କରିବା ଉଚିତ ନୁହେଁ l

* ଗରାମପାଣି କିମ୍ବା ଉଷୁମ ପାଣିରେ ମହୁ ମିଶାଇ ପିଇବା ଦ୍ୱାରା ହୋଇପାରେ ଗ୍ୟାସ ,ଏସିଡ଼ିଟିର ସମସ୍ୟା l ଏହା ଅନ୍ତନାଳୀ ଉପରେ ଖରାପ ପ୍ରଭାବ ପକାଇଥାଏ l ଯାହା ଦ୍ୱାରା ଶରୀରର ଅନେକ କ୍ଷତି ହୋଇଥାଏ l ଭୋକ ନ ହେବା ସମସ୍ୟା ମଧ୍ୟ ଦେଖାଦେଇଥାଏ l ତା ସହିତ ହାଡ଼ ଓ ଗଣ୍ଠିରୁ ପୋଷାକ ତତ୍ୱ କମିବାର ସମସ୍ୟା ଦେଖାଦିଏ l

 

Show More

Related Articles

Back to top button