Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବିକାଶ ପାଇଁ ୧ କୋଟି ଟଙ୍କା ଦାନ କଲେ ଭକ୍ତ

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବିକାଶ ପାଇଁ ଜଣେ ଜଗନ୍ନାଥପ୍ରେମୀ ଭକ୍ତ ଗୁରୁବାର ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । ତାଙ୍କ ନାମ ଡ.ସୌମରଞ୍ଜନ ସାମଲ ଏବଂ ସେ କଳିଙ୍ଗ କମର୍ସିଆଲ କର୍ପୋରେସନ ଲିମିଟେଡର ପରିଚାଳନା ନିଦେ୍ର୍ଧଶକ ବୋଲି ଜଣାପଡ଼ିଛି

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବିକାଶ ପାଇଁ ଜଣେ ଜଗନ୍ନାଥପ୍ରେମୀ ଭକ୍ତ ଗୁରୁବାର ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । ତାଙ୍କ ନାମ ଡ.ସୌମରଞ୍ଜନ ସାମଲ ଏବଂ ସେ କଳିଙ୍ଗ କମର୍ସିଆଲ କର୍ପୋରେସନ ଲିମିଟେଡର ପରିଚାଳନା ନିଦେ୍ର୍ଧଶକ ବୋଲି ଜଣାପଡ଼ିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କି୍ରଷନ କୁମାରଙ୍କୁ ସାକ୍ଷାତ କରି ସେ ଚେକ୍ ହସ୍ତାନ୍ତର କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଧାମକୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇବା ଉଦେ୍ଧଶ୍ୟରେ ଶ୍ରୀ ସାମଲ ଏହି ଅର୍ଥ ଦେଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପାଇଁ ୧ ଲକ୍ଷ ଟଙ୍କା ଦେଇଥିଲେ । ଏହା ଛଡ଼ା ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଏବଂ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ଶ୍ରୀମନ୍ଦିର ପରିକ୍ରମା ମାର୍ଗର ବିକାଶ ପାଇଁ ଶ୍ରୀଜଗନ୍ନାଥପ୍ରେମୀ ସହଯୋଗ କରିବାକୁ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ କିଛି ଦିନ ତଳେ ବିଶ୍ୱ ସମୁଦାୟକୁ ନିବେଦନ କରିଥିଲେ । ତାହାକୁ ଭିତ୍ତି କରି ଶ୍ରୀ ସାମଲ ଗୁରୁବାର ପୁରୀ ଆସି ଶ୍ରୀମନ୍ଦିର ଦାରୁବ୍ରହ୍ମଙ୍କୁ ଦର୍ଶନ କରିବା ସହ ମୁଖ୍ୟ ପ୍ରଶାସକଙ୍କୁ ସାକ୍ଷାତ କରି ୧ କୋଟି ଟଙ୍କାର ସହଯୋଗ ରାଶି ପ୍ରଦାନ କରିଛନ୍ତି ।

Show More

Related Articles

Back to top button