ଜୀବନଚର୍ଯ୍ୟାଦେଶ ବିଦେଶ

ବାସ୍ତୁଶାସ୍ତ୍ର ଅନୁସାରେ : ଘରର ଉତର ପୂର୍ବ ଦିଗରେ ମାଟିରେ ପ୍ରସ୍ତୁତ ଜିନିଷ ରଖିବା ଦ୍ୱାରା ମିଳିଥାଏ ଏହିସବୁ ଲାଭ

ବାସ୍ତୁଶାସ୍ତ୍ରରେ ଘରର ନୀତି ନିୟମକୁ ନେଇ ବିଭିନ୍ନ ତଥ୍ୟ ଦିଆଯାଇଥାଏ l କାରଣ ବାସ୍ତୁଶାସ୍ତ୍ର ଗୋଟିଏ ସୁନ୍ଦର ଓ ଶାନ୍ତିପୂର୍ଣ୍ଣ ଜୀବନ ପାଇଁ ନିହାତି ଆବଶ୍ୟକ l କାହିଁକି ନା ଭାରତ ଗୋଟିଏ ଆଧ୍ୟାତ୍ମିକ ବାଦର ଦେଶ ଅଟେ

ଏଠାରେ ରହୁଥିବା ବ୍ୟକ୍ତି ମାନେ ଆଧ୍ୟାତ୍ମିକ ଚିନ୍ତାଧାରାକୁ ନେଇ ନିଜର ଜୀବନ ଅତିବାହିତ କରିଥାନ୍ତି l ସେହିଭଳି ଭାବରେ ଆମେ ନିଜ ଘରେ କିଛି ଏପରି କାର୍ଯ୍ୟ କରିବା ଆବଶ୍ୟକ ଯାହା ଆମକୁ ସକାରାତ୍ମକ ଚିନ୍ତାଧାରା ଯୋଗାଇବ l ଆଜିର ବାସ୍ତୁଶାସ୍ତ୍ର ଉତର ପୂର୍ବ ଦିଗ ବିଷୟରେ ସମ୍ବଧିତ ଅଟେ l

* ଉତର ପୂର୍ବ ଦିଗରେ ମାଟିରେ ପ୍ରସ୍ତୁତ ଜିନିଷ ରଖିବା ଦ୍ୱାରା ଜୀବନରେ ଆସିବାକୁ ଥିବା ସମସ୍ତ ଅସୁବିଧାରୁ ଦୁରାଇ ରଖିଥାଏ l ଏହାଦ୍ୱାରା ଘରର ସଦସ୍ୟ ମାନଙ୍କ କାମରେ କୌଣସି ପ୍ରକାରର ଅସୁବିଧା ଉପୁଜେ ନାହିଁ l

* ଘରର ଉତର ପୂର୍ଵ ଦିଗରେ ଯଦି ଆପଣ କୌଣସି ମାଟି ପାତ୍ରରେ ପାଣି ଭାରି ରଖିବେ ତେବେ ଏହା ଧନ ସମ୍ବଧୀୟ ସମସ୍ୟାକୁ ଦୂର କରିବ l କାରଣ ଉତର ପୂର୍ବ ଦିଗରେ ପାଣି ଘଡି ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ପରିଚାଳିତ ହୋଇଥାଏ l

* ଯଦି ଆପଣ ଉତର ପୂର୍ବ ଦିଗରେ କୌଣସି ମାଟି କୁଣ୍ଡରେ ବୃକ୍ଷ ରୋପଣ କରି ରଖୁଛନ୍ତି ତେବେ ଏହାଦ୍ୱାରା ଆପଣଙ୍କ ଘରେ ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ ଓ ଶରୀର ସମ୍ବଧୀୟ ସମସ୍ୟା ମଧ୍ୟ ଦୂର ହେବ l

* ବାସ୍ତୁଶାସ୍ତ୍ର ଅନୁସାରେ ଉତ୍ତରପୂର୍ବ ଦିଗରେ ସନ୍ଧ୍ୟା ସମୟରେ ମାଟି ଦୀପ ଜଳାଇବା ଦ୍ୱାରା ଘରର ସଦସ୍ୟ ମାନଙ୍କ ମଧ୍ୟରେ ସମ୍ପର୍କ ଭଲ ହୋଇଥାଏ ଏବଂ କାର୍ଯ୍ୟ କରିବାର ମନ ବଳ ବୃଦ୍ଧି ପାଇଥାଏ l

Show More

Related Articles

Back to top button