ସ୍ୱାସ୍ଥ୍ୟ

ହଳଦୀ ଏକ ଆଣ୍ଟିବାୟୋଟିକ ହେବା ସହିତ ପେଟ ଓ ଅଣ୍ଟାର ଚର୍ବିକୁ ମଧ୍ୟ କମ କରିବାରେ ସାହାଯ୍ୟ କରେ

ଆମର ଦୈନନ୍ଦିନ ଖାଦ୍ୟ ପ୍ରଣାଳୀର ଶୈଳୀ ଆମ ଶରୀରକୁ ବିଭିନ୍ନ ରୋଗ ମୁହଁକୁ ଠେଲି ଦେଇଥାଏ l କାରଣ ବେଳେ ବେଳେ ଏପରି କିଛି ଖାଦ୍ୟ ରହିଥାଏ ଯାହା ଆମର ଚର୍ବିକୁ ବଢାଇବାରେ ସାହାଯ୍ୟ କରିଥାଏ l ଆଦୌ ଖାଦ୍ୟ ନ ଖାଇବା ମଧ୍ୟ ଓଜନ ବଢିବାର ଗୋଟିଏ କାରଣ ଅଟେ

ଓଜନ ବଢିବା ଯେତିକି କଷ୍ଟକର ହୋଇଥାଏ ଓଜନ ହ୍ରାସ କରିବା ମଧ୍ୟ ସେତିକି କଷ୍ଟକର ହୋଇଥାଏ l ଓଜନ କମାଇବା ପାଇଁ ଅଧିକାଂଶ ଉପାୟ ଅବଲମ୍ବନ କରିଥାଉ l କିନ୍ତୁ ନିକଟରେ ହୋଇଥିବା ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ହଳଦୀ ମଧ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l

* ଓଜନ କମ କରିବାରେ ହଳଦୀର ଅନେକ ବିଶେଷତ୍ୱ ରହିଛି l କାରଣ ହଳଦୀରେ ଭିଟାମିନ ବି ,ସି ,ଓମେଗl ୩ ଫ୍ୟାଟି ଏସିଡ ,ଏଲଫା ଲିନେ ଲୋୟିକ ନାମକ ଏସିଡ ,ଫାଇବର ସହିତ ପୋଟାସିୟମ ,ଆଇରନ ମିଳିଥାଏ l ଏହା ଆପଣଙ୍କ ଇମ୍ୟୁନିଟି ବଢାଇବା ସହିତ ଅତିରିକ୍ତ ଚର୍ବିକୁ କମ କରିଥାଏ l

* ଓଜନ କମାଇବା ପାଇଁ ହଳଦୀ ଚା ଶରୀର ପାଇଁ ଅତ୍ୟନ୍ତ ହିତକର l ଏଥିପାଇଁ ଗୋଟିଏ କପ ପାଣି ଗରମ କରନ୍ତୁ l ପାଣି ଫୁଟିବା ପରେ ଏଥିରେ କିଛି ହଳଦୀ ମିଶାନ୍ତୁ ,କିଛି ଡାଳଚିନ ଗୁଣ୍ଡ ମଧ୍ୟ ପକାନ୍ତୁ l ୧୦ ମିନିଟ ଫୁଟିବା ପରେ ଛାଣି ପିଅନ୍ତୁ l ଆପଣ ଚାହିଁଲେ ଡାଲଚିନି ସ୍ଥାନରେ ଅଦା କିମ୍ବା ପୁଦିନର ବ୍ୟବହାର କରି ପାରିବେ l ଏହା ଆପଣଙ୍କ ଓଜନ କମାଇବା ସହିତ ରକ୍ତର ସର୍କରାକୁ ନିୟନ୍ତ୍ରିତ ରଖିବା l

Show More

Related Articles

Back to top button