ସ୍ୱାସ୍ଥ୍ୟ

ନିଜ ଜଳଖିଆରେ ଏହିସବୁ ଜିନିଷ ଖାଉଥିଲେ ହୋଇଯାଆନ୍ତୁ ସାବଧାନ

ହୋଇପାରେ ସ୍ୱାସ୍ଥ୍ୟ ସମସ୍ୟା

ଉତ୍ତମ ସ୍ୱାସ୍ଥ୍ୟ ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ପଦକ୍ଷପ ଗ୍ରହଣ କରିଥାନ୍ତି l ଅନେକ ଗବେଷଣାରୁ ଜଣାପଡିଛି ଯେ ଶରୀରରେ ଚର୍ବି ରହିବ କାରଣରୁ ଲୋକମାନେ ରୋଗର ଶିକାର ହୁଅନ୍ତି l ତେଣୁ ଆମକୁ ସୁସ୍ଥ ରହିବ ପାଇଁ ସର୍ବ ପ୍ରଥମେ ଚର୍ବି କମାଇବାକୁ ପଡିବ l ଆଜିକାଲିର ଖାଦ୍ୟ ପ୍ରଣାଳୀ ମଧ୍ୟ ଗୋଟିଏ ଚର୍ବି ବଢାଇବାର କାରଣ ,ବିଶେଷଜ୍ଞ ମାନେ ଗବେଷଣାରୁ ଅନୁସନ୍ଧାନ କରିଛନ୍ତି ଯେ ଯେଉଁ ଲୋକମାନେ ସକାଳର ଜଳଖିଆ ସଠିକ ସମୟରେ ଓ ସଠିକ ପ୍ରଣାଳୀରେ କରି ନଥାନ୍ତି ସେମାନଙ୍କର ଓଜନ ବୃଦ୍ଧି ଦ୍ରୁତ ଗତିରେ ହୋଇଥାଏ l ତେଣୁ ଆଜି ଆସନ୍ତୁ ଜାଣିବା ସକାଳର ଜଳଖିଆ ଖାଇବାର ସମୟ କଣ ଅଟେ ଓ କି ପ୍ରକାରର ଖାଦ୍ୟ ସକାଳୁ ଖାଇବା ଉଚିତ ନୁହେଁ l

ଆମର ସକାଳ ଜଳଖିଆର ସମୟ ଭାରତୀୟ ସମୟ ଅନୁସାରେ ସକାଳ ୮ ଟାରୁ ୯ ଟା ମଧ୍ୟରେ କରିବା ଆବଶ୍ୟକ ଓ ଜଳଖିଆରେ କେବେବି ମଇଦା ଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଇବା ଉଚିତ ନୁହେଁ ଆଜି ଆସନ୍ତୁ ଜାଣିବା ଜଳଖିଆରେ କେଉଁ ଖାଦ୍ୟ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ l

* ଧଳା ବ୍ରେଡ -ଅଧିକାଂଶ ଭାରତୀୟ ପରିବାରରେ ସକାଳ ଜଳଖିଆରେ ବ୍ରେଡ ଖାଇବାର ଦେଖା ଯାଇଥାଏ l କିନ୍ତୁ ଗବେଷଣାରୁ ଜଣାପଡିଛି ଯେ ଧଳା ବ୍ରେଡ ପରିବର୍ତେ ବ୍ରାଉନ ବ୍ରେଡ ଖାଇବା ଉଚିତ l କାରଣ ଧଳା ବ୍ରେଡରେ ମଇଦା ରହିଥାଏ ଯାହା ଓଜନ ବଢ଼ାଇ ଥାଏ l

* କେକ୍ ଓ କୁକିଜ- ମଇଦାରେ ପ୍ରସ୍ତୁତ ହୋଇଥାଏ ଓ ଏଥିରେ ବିଭିନ୍ନ ପ୍ରକାରର ପ୍ରିଯରଭେଟିଭ ମଧ୍ୟ ଦିଆଯାଇଥାଏ ,ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିଲକୁଲ ହିତକର ନୁହେଁ ତେଣୁ ଜଳଖିଆରେ ଏପରି ଜିନିଷକୁ ଖାଇବା ଦ୍ୱାରା ମେଦ ବୃଦ୍ଧିର ସମ୍ଭାବନା ରହିଛି l

* ନୁଡୁଲୁସ -ଖାଇବାକୁ ପାଟିକୁ ସ୍ୱାଦ ଲାଗିଥାଏ କିନ୍ତୁ ଏହା ଗୋଟିଏ ସ୍ୱାସ୍ଥ୍ୟକର ଜଳଖିଆରେ ଯାଉ ନାହିଁ l ଯଦି ଆପଣ ସକାଳ ଜଳଖିଆରେ ନୁଡୁଲୁସ ଖାଇବାକୁ ଚାହୁଁଛନ୍ତି ତେବେ ଅଟା କିମ୍ବା ବାଜରାରେ ପ୍ରସ୍ତୁତ ହୋଇଥିବା ନୁଡୁଲୁସକୁ ସେବନ କରନ୍ତୁ l ଏହା ଦ୍ୱାରା ଆପଣଙ୍କ ଶରୀରକୁ ଫାଇବର ଓ ପ୍ରୋଟିନ ମିଳିବ ସହିତ ଶରୀର ପାଇଁ ହିତକର ମଧ୍ୟ ଅଟେ l

* ଜୁସ-ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ଥଣ୍ଡା ଅପନୀୟ ଓ ଜୁସ ଉପଲବ୍ଧ ରହୁଛି l ଏହିସବୁ ପାନୀୟରେ ବିଭିନ୍ନ ପ୍ରକାରର ଏସିଡ ସହିତ ପ୍ରିଯରଭେଟିଭ ମଧ୍ୟ ଦିଆ ଯାଉଛି l ଯାହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ଅଟେ l ତେଣୁ ଏହିଭଳି ଜୁସକୁ ନିଜ ଜଳଖିଆରେ ସାମିଲ ନକରି ଆପଣଙ୍କ ଘରେ ପ୍ରସ୍ତୁତ କରି ଜୁସ ପିଅନ୍ତୁ କିନ୍ତୁ ଫଳ ଖାଆନ୍ତୁ l

Show More

Related Articles

Back to top button