ସ୍ୱାସ୍ଥ୍ୟ

ରାଜମା ଖାଇବା ଦ୍ୱାରା ଶରୀରକୁ ଏତେ ଗୁଡିଏ ଲାଭ ମିଳିଥାଏ

ସେ ବିଷୟରେ ଆପଣ ଜାଣିଲେ ହୁଏତ ଆଶ୍ଚର୍ଯ୍ୟ ହେବେ

ରାଜମା ଭାରତୀୟ ଲୋକ ମାନଙ୍କର ଏକ ପସନ୍ଦ ଯୋଗ୍ୟ ଖାଦ୍ୟ ଅଟେ l ଉତର ଭାରତର ଲୋକମାନେ ଏହାକୁ ପୂର୍ବରୁ ଅଧିକ ପରିମାଣରେ ଖାଦ୍ୟରେ ସାମିଲ କରୁଥିଲେ କିନ୍ତୁ ଆଜି ଏହା ସମ୍ପୂର୍ଣ୍ଣ ଭାରତରେ ସମସ୍ତଙ୍କର ଗୋଟିଏ ପ୍ରିୟ ଖାଦ୍ୟ ରୂପରେ ଗଣନା ହେଉଛି l ଏହା ସ୍ୱାଦ ପାଇଁ ଯେତିକି ଭଲଲାଗେ ତା ସହାଇଅତ୍ତା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ହିତକର l ଏଥିରେ ରହିଥିବା ପ୍ରୋଟିନ ବିଭିନ୍ନ ପ୍ରକାରର ରୋଗ ପାଇଁ ଆବଶ୍ୟକ ହୋଇଥାଏ l

* ରାଜମା ଖାଇବା ଦ୍ୱାରା ଶରୀରକୁ ଫୁର୍ତି ମିଳିଥାଏ l ଏଥିରେ ପ୍ରୋଟିନର ପରିମାଣ ଖୁବ ଉଚ ସ୍ତରର l ଏଥିରେ କ୍ୟାଲସିୟମ ରହିଥିବା ହେତୁ ହାଡ଼ ପାଇଁ ମଧ୍ୟ ଅତ୍ୟନ୍ତ ଲାଭ ଦାୟକ ଅଟେ l ଆଗରୁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇ ଆମର ପୂର୍ବ ପୁରୁଷ ମାନେ ନିଜର ହାଡ଼ ଗୋଡ଼କୁ ସୁସ୍ଥ ରଖୁଥିଲେ ତେଣୁ ରାଜମାକୁ ଆମ ହାଡ ପାଇଁ ଖାଦ୍ୟରେ ସାମିଲ କରିବା ଆବଶ୍ୟକ l

* ୟୁକେର ଗୋଟିଏ ଗବେଷକ ଦଳଙ୍କ ରିପୋର୍ଟ ଅନୁସାରେ ଯେଉଁ ଲୋକମାନେ ପ୍ରତେକ ଦିନ ରାଜମା ଖାଇ ଥାନ୍ତି ସେମାନେ ହୃଦୟ ସମ୍ବଧୀୟ କୌଣସି ରୋଗର ସମ୍ମୁଖୀନ ହୋଇ ନଥାନ୍ତି l କାରଣ ରାଜମା ଖାଇବା ଦ୍ୱାରା ଶରୀରରେ ଚର୍ବି କମିବା ସହିତ କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରିତ ହୋଇଥାଏ l ହାଇ କୋଲେଷ୍ଟ୍ରଲ ହୃଦଘାତର ମୁଖ୍ୟ କାରଣ ଅଟେ l ତେଣୁ ରାଜମାକୁ ନିଜ ଖାଦ୍ୟରେ ସାମିଲୀ କରି ହୃଦଘାତ ସମ୍ବଧୀୟ ସମସ୍ୟାକୁ ଦୁରେଇ ରଖାଯାଇ ପାରିବ l

* ପ୍ରୋଟିନ ,ଫାଇବର ଓ କାର୍ବୋହାଇଡ୍ରେଡ଼ରେ ଭରପୁର ରହିଥିବା କାରଣରୁ ରାଜମା ରକ୍ତ ଶର୍କରାକୁ ସନ୍ତୁଳନ ରଖିଥାଏ l ରାଜମା ଖାଇବା ପରେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ ହେବ ସହିତ ଦ୍ୱିତୀୟ ସ୍ତରର ମଧୁମେହ ମଧ୍ୟ ଦୂର ହୋଇଥାଏ l

* ମୋଟାପଣର ଶିକାର ହେଉଥିବା ବ୍ୟକ୍ତି ମାନଙ୍କୁ ନେଇ ଗୋଟିଏ ଗବେଷଣା କରାଯାଇଥିଲା l ସେମାନଙ୍କର ବୟସ ୩୦ ବର୍ଷରୁ ୩୫ ବର୍ଷ ରହିଥିଲା l ଦୁଇ ମାସର ଅନୁସନ୍ଧାନ ପରେ ଜଣା ପଡିଲା ଯେ ଯେଉଁମାନେ ସପ୍ତାହକୁ ଚାରିଥ ରାଜମାଙ୍କୁ ନିଜ ଖାଦ୍ୟରେ ସାମିଲ କରିଛନ୍ତି ସେମାନଙ୍କର ଓଜନ ଅନ୍ୟମାନଙ୍କ ତୁଳନାରେ କମ ରହିଥିଲା l କାରଣ ପ୍ରୋଟିନ ଓ ଫାଇବରରେ ଭରପୁର ରହିଥିବା କାରଣରୁ ରାଜମା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l

Show More

Related Articles

Back to top button