ଦେଶ ବିଦେଶ

କଣ ପାଇଁ ସୋମବାର ଦିନ ଭଗବାନ ଶିବଙ୍କର ଆରାଧନା କରାଯାଇଥାଏ : କଣ ରହିଛି ଏହାର ପୌରାଣିକ ମହତ୍ୱ ?

ସପ୍ତାହସାରା ଆମେ ପ୍ରତେକ ବାରକୁ ଈଶ୍ୱରଙ୍କ ନାମରେ ନାମିତ କରିଥାଉ l ହିନ୍ଦୁ ଧର୍ମରେ ଈଶ୍ୱରଙ୍କ ପୂଜା ବିଧିର ବିଶେଷ ମହତ୍ୱ ରହିଛି l କୁହାଯାଏ ଯେ ମହାଦେବଙ୍କୁ ଆପଣ ଯେକୌଣସି ସମୟରେ ଭକ୍ତି କରିବେ ସେ ଆପଣଙ୍କୁ ଆଶୀର୍ବାଦ ପ୍ରଦାନ କରିବେ

ଆମେ ସୋମବାର ଦିନଟିକୁ ବିଶେଷ ଭାବରେ ଶିବଙ୍କର ପୂଜା କରିଥାଉ l କିନ୍ତୁ ଆପଣ କଣ ଜାଣିଛନ୍ତି ସୋମବାର ଦିନ ଭଗବାନ ଶିବଙ୍କୁ କଣ ପାଇଁ ପୂଜା କରାଯାଇଥାଏ ଓ ସେ କାହିଁକି ସନ୍ତୁଷ୍ଟ ହୋଇଥାନ୍ତି ?

ସୋମବାର ଦିନ ଶିବଙ୍କୁ ପୂଜା କଣ ପାଇଁ କରାଯାଏ ତାହା ପଛରେ ଗୋଟିଏ ବିଶେଷ ରହସ୍ୟ ରହିଛି l ସୋମବାର ଦିନ ଶିବଙ୍କୁ ଯେଉଁ ଉପାସନା କରାଯାଏ ତାହାକୁ ସୋମେଶ୍ୱର ବ୍ରତ କୁହାଯାଏ ,ଏହାର ଏକ ଧାର୍ମିକ ମହତ୍ୱ ରହିଛି l ଏହିଦିନ ଚନ୍ଦ୍ରମାଙ୍କ ପୂଜା ମଧ୍ୟ କରାଯାଇଥାଏ l ଆମର ଧର୍ମ ଗ୍ରନ୍ଥରେ ସୋମେଶ୍ୱର ଶବ୍ଦର ପ୍ରଥମ ଅର୍ଥ ହେଲା -ସୋମ ଅର୍ଥାତ ଚନ୍ଦ୍ରମା l ଚନ୍ଦ୍ରମାଙ୍କୁ ଈଶ୍ୱର ଭାବରେ ପୂଜା କରାଯାଇଥାଏ l ସୋମେଶ୍ୱରର ଦୁତୀୟା ଅର୍ଥ ହେଲା -ଯିଏ ଚନ୍ଦ୍ରମାଙ୍କୁ ମସ୍ତକରେ ଧାରଣ କରିଛନ୍ତି ସେ ହେଉଛନ୍ତି ସ୍ୱୟଂ ଭଗବାନ ଶିବ l

ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ଶିବଙ୍କ ସହିତ ଚନ୍ଦ୍ରମାଙ୍କୁ ପୂଜା କରାଯାଉଥିବାରୁ ଏହାର ବିଶେଷ ମହତ୍ୱ ରହିଛି l ଅନ୍ୟ ପକ୍ଷରେ ସୋମଦେବ ଶିବଙ୍କୁ ଆରାଧନା କରି ନିରୋଗୀ ହୋଇଥିବା କାରଣରୁ ଷୋମବାର ବ୍ରତଟି ପାଳନ କରିବାର ମହତ୍ୱ ରହିଛି l ଭଗବାନ ଶଙ୍କର ପ୍ରସନ ହୋଇ ଦ୍ଵିତୀୟା ତିଥିରେ ଚନ୍ଦ୍ରମାଙ୍କୁ ନିଜ ଜଟାରେ ଧାରଣ କରିଥିଲେ l

ଧାର୍ମିକ ଆସ୍ଥା ଓ ପରମ୍ପରାକୁ ନେଇ ପ୍ରାଚୀନ କାଳରୁ ଷୋମବାର ଦିନ ଭଗବାନ ଶିବଙ୍କର ବ୍ରତ କରି ଆସୁଛନ୍ତି l ସୋମବାର ବ୍ରତ ଦିନ ଭଗବାନ ଶିବଙ୍କୁ ଯିଏ ସନ୍ତୁଷ୍ଟ କରି ପରେ ଭୋଳାନାଥ ତାର ମନ ମୁତାବକ ଫଳ ପ୍ରଦାନ କରନ୍ତି l

Show More

Related Articles

Back to top button