ସ୍ୱାସ୍ଥ୍ୟ

ଫସଫରସ ଯୁକ୍ତ ଖାଦ୍ୟ ଖାଉଛନ୍ତି କି ନହିଁ : ଯଦି ନଖାଉ ଛନ୍ତି ତେବେ ହୋଇପାରନ୍ତି ଏହି ରୋଗର ଶିକାର

ଆମେ ନିଜ ଶରୀରକୁ ନେଇ ଅନେକ ସଚେତନ ରହୁଥାଉ।ସେଥିପାଇଁ ଆମେ ବିଭିନ୍ନ ପ୍ରକାରର ପୋଷକତତ୍ଵ ଯୁକ୍ତ ଖାଦ୍ୟ ଖାଇ ଥାଉ । କିନ୍ତୁ ଶରୀରକୁ ସୁସ୍ଥ ସେତେବେଳେ ରଖାଯାଇ ପାରିବ ଯେତେବେଳେ ପ୍ରୋଟିନ ସହିତ ଫସଫରସ ଯୁକ୍ତ ଖାଦ୍ୟ ସେବନ କରାଯିବ

ଅଧିକାଂଶ ଲୋକ ଭିଟାମିନକୁ ନେଇ କେବଳ ଭିଟାମିନ – ବି କହିଥାନ୍ତି,ଏହି ଭିଟାମିନ ବ୍ୟତୀତ ଫସଫରସ ଯୁକ୍ତ ଖାଦ୍ୟ ଖାଇଲେ ଆପଣ ସହଜରେ ବିଭିନ୍ନ ରୋଗରୁ ଦୂରେଇ ରହି ପାରିବେ।ଏଥିରେ ଥିବା ପୋଷକତତ୍ୱ ଓଜନ କମ କରିବା ଠାରୁ ନେଇ ମସ୍ତିଷ୍କର କାର୍ଯ୍ୟକୁ ଦୃତ ବେଗରେ ବଢାଇ ଦେଇଥାଏ।ଆଜି ଆମେ ଫସଫରସ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା କି ଲାଭ ମିଳିଥାଏ ସେ ବିଷୟରେ ଜାଣିବା ।

* ଦାନ୍ତ ପାଇଁ ଅତ୍ୟନ୍ତ ଭଲ ଅଟେ – ଆମେ ସମସ୍ତେ ଜନିଛେ ଯେ ଦାନ୍ତ ଓ ହଡକୁ ମଜବୁତ୍ ରଖିବା ପାଇଁ କ୍ୟାଲସିୟର ମୁଖ୍ୟ ଭୂମିକା ରହିଛି,କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ହାଡ଼ ଓ ଦାନ୍ତକୁ ନିର୍ମାଣ କରିବା ପାଇଁ ଫସଫରସର ମୁଖ୍ୟ ଭୂମିକା ରହିଛି । ଦାନ୍ତର ନିର୍ମାଣ ବ୍ୟତୀତ ଏହା ଦାନ୍ତକୁ ସୁଦୃଢ ମଧ୍ୟ କରିଥାଏ । ଭୋଜନରେ ନିୟମିତ ଭାବରେ କ୍ୟାଲସିୟମ ଓ ଫସଫରସ ଖାଇବା ଦ୍ବାରା ମଣିଷର ଦାନ୍ତ ଓ ହାଡ଼ ସୁଦୃଢ ରୁହେ।

* ପେଟ ସମସ୍ୟା ପାଇଁ ହିତକର – ପେଟ ସମ୍ବଧୀୟ ସମସ୍ୟାକୁ ଦୂର କରିବା ପାଇଁ ଫସଫରସ ଯୁକ୍ତ ଖାଦ୍ୟ ଏକ ଉପଯୋଗୀ ଖାଦ୍ୟ ଅଟେ । ଫସଫରସ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ପାଚନ ରସ ଅଧିକ ବଢ଼ିଥାଏ,ଯେଉଁ କାରଣରୁ ଖାଦ୍ୟ ଭଲରେ ହଜମ ହେବା ସହିତ କୌଣସି ପ୍ରକାରର ପେଟ ସମସ୍ୟା ଦେଖାଯାଇ ନଥାଏ । ଫସଫରସ ଯୁକ୍ତ ଖାଦ୍ୟ ଖାଇଲେ ଗ୍ୟାସ ଏସିଡିଟି ସମସ୍ୟା ଦୂର ହୋଇଯାଏ ।

* ଶରୀରର ଦୁର୍ବଳତା ଦୁରକରେ – ଫସଫରସ ଯୁକ୍ତ ଖାଦ୍ୟ ଶରୀରର ଦୁର୍ବଳତାକୁ ଦୂର କରି ଥାଏ । ତା ସହିତ ଶରୀରରେ ଶକ୍ତି ସଞ୍ଚାର କରିବାରେ ସାହାଯ୍ୟ କରିଥାଏ ।ମହିଳା ମାନଙ୍କୁ ପ୍ରସବ ପରେ ଫସଫରସ ଯୁକ୍ତ ଖାଦ୍ୟ ଖାଇବା ପାଇଁ କୁହାଯାଇଥାଏ କାରଣ ଏହା ତାଙ୍କ ଶରୀରରେ ନୂତନ ଶକ୍ତି ଜାଗ୍ରତ କରିଥାଏ ।

କେଉଁ ସବୁ ଖାଦ୍ୟରେ ଫସଫରସ ରହିଥାଏ – ଏମିତିରେ ତ ଦେଖିବାକୁ ଗଲ ଶରୀର ପାଇଁ ସମସ୍ତ ଖାଦ୍ୟ ଉପଯୋଗୀ ଅଟେ ।କିନ୍ତ୍ କିଛିଟା ଖାଦ୍ୟ ଅଭଳି ରହିଛି ଯେଉଁଥିରେ ଫସଫରସର ପରିମାଣ ଅଧିକ ରହିଥାଏ । ସେଗୁଡିକ ହେଲା ମସୁର ଡାଲି,ଦହି,ରଜମା, ତମାଟ,ମାଛ,ଦୁଗ୍ଧ ଇତ୍ୟାଦିରେ ଫସଫରସ ପ୍ରଚୁର ପରିମାଣରେ ରହିଛି । ଯଦି ଆପଣଙ୍କ ଶରୀରରେ ଫସଫରସର କମି ଥିବା ତେବେ ବାରମ୍ବାର ବିଭିନ୍ନ ପ୍ରକାରର ସଂକ୍ରମଣ ହେବା ସହିତ ମାଂସ ପେଶି ଦୁର୍ବଳ ଲାଗିବା।ଯଦି ଏପରି ଲକ୍ଷଣ ଦେଖା ଯାଉଛି ତେବେ ତାକୁ ଧ୍ୟାନ ଦେଇ ଡାକ୍ତରଙ୍କ ପରାମର୍ଶ କରନ୍ତୁ ,ନଚେତ ଭବିଷ୍ୟତରେ ବଡ ରୋଗରେ ଆକ୍ରାନ୍ତ ହେବେ।

Show More

Related Articles

Back to top button