ସ୍ୱାସ୍ଥ୍ୟ

ଜାଣନ୍ତୁ ସନ୍ଧ୍ୟା ସମୟର ଜଳଖିଆକୁ କଣ ପାଇଁ ଅଣଦେଖା କରିବା ଉଚିତ ନୁହେଁ

କଣ ରହିଛି ଏହାର କାରଣ

ଖାଦ୍ୟ ଶରୀର ପାଇଁ ନିହାତି ଆବଶ୍ୟକ ,ଖାଦ୍ୟ ବିନା ଶରୀରର ସମସ୍ତ ଅସୁବିଧା ହୋଇଥାଏ ଯାହା ବିଭିନ୍ନ ପ୍ରକାର ରୋଗର କାରଣ ହୋଇଥାଏ l କିନ୍ତୁ ଏହି ଖାଦ୍ୟର ବିଭିନ୍ନ ସମୟରେ ବିଭିନ୍ନ ମହତ୍ୱ ରହିଛି l ସକାଳର ଜଳଖିଆ ଯେପରି ଶରୀର ପାଇଁ ନିହାତି ଆବଶ୍ୟକ ସେହିଭଳି ସନ୍ଧ୍ୟା ସମୟରେ କିଛିଟା ଭୋଜନ କରିବା ନିହାତି ଆବଶ୍ୟକ l ଆମେ ପ୍ରାୟତଃ ସମସ୍ତେ ସନ୍ଧ୍ୟା ସମୟରେ ଭୋକ ଲାଗିଲେ ତାହାକୁ ଅଣଦେଖା କରି ଦେଇଥାଉ ,ଆମେ ଭାବିଥାଉ ରାତ୍ରିର ଭୋଜନରେ ନିଜର ଭୋକ ମେଣ୍ଟାଇବୁ l ନିକଟରେ ହୋଇଥିବା ଏକ ଗବେଷଣାରେ କୁହାଯାଇଛି ଯେ ସନ୍ଧ୍ୟା ୪ଟା ରୁ ୬ ତା ମଧ୍ୟରେ ନିହାତି କିଛି ଭୋଜନ ଗ୍ରହଣ କରିବା ବଶ୍ୟକ lନଚେତ ରକ୍ତଚାପ ବଢିବା କମିବାର ଅସୁବିଧା ହେବ ସହିତ ଦୁର୍ବଳତା ଲାଗେ ଓ ମୁଣ୍ଡ ମଧ୍ୟ ବୁଲାଏ l ସନ୍ଧ୍ୟା ସମୟର ଭୋଜନ ଆମ ଶରୀରକୁ ଶକ୍ତି ଯୋଗାଇବା ସହିତ ସତେଜ ମଧ୍ୟ ରଖିଥାଏ l ତା ସହିତ ଆମର ଓଜନ ମଧ୍ୟ ନିୟନ୍ତ୍ରଣ ରୁହେ l ଯେଉଁ କାରଣରୁ ସକାଳ ଭୋଜନ ଭଳି ସନ୍ଧ୍ୟା ସମୟର ଭୋଜନ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ଅଟେ l ଗବେଷକ ମାନଙ୍କ ମତରେ ମାଧ୍ୟାନ ଭୋଜନ କାମ ପ୍ରଭାବରେ ଆମେ ଠିକରେ କରି ପରି ନଥାଉ l ଯେଉଁ କାରଣରୁ ରାତ୍ରି ଭୋଜନ ପୂର୍ବରୁ ଆମକୁ ସାମାନ୍ୟ କିଛି ଖାଦ୍ୟ ଜରୁରୀ l

ଏହି ଗବେଷଣାରେ ଆହୁରି ମଧ୍ୟ ଜଣା ପଡିଛି ଯଦି ସନ୍ଧ୍ୟା ସମୟରେ ଭୋକ ଲାଗିଲେ ଆପଣ ନଖାଉଛନ୍ତି ତେବେ ଏହା ଆପଣଙ୍କ ପାଚନ କ୍ରିୟା ଉପରେ ପ୍ରେୟାଭାବ ପକାଇବା ଏବଂ ଥାଇରଏଡ ଭଳି ସମସ୍ୟା ଦେଖା ଦେବ lକିଛି ଲୋକ ଅଛନ୍ତି ଯେଉଁ ମାନେ ଓଜନ ବଢିବା ଭୟରେ ସନ୍ଧ୍ୟା ଓ ରାତ୍ରି ଭୋଜନ ଠାରୁ ଦୁରେଇ ରହିଥାନ୍ତି ଯେଉଁ କାରଣରୁ ଦୁର୍ବଳତା ଲାଗିଥାଏ l ତେଣୁ ସନ୍ଧ୍ୟା ବେଳେ ଭିଟାମିନ-ସି ଓ ପ୍ରୋଟିନ ଯୁକ୍ତ କିଛି ଏହାର ଗ୍ରହଣ କରିବା ବଶ୍ୟକ l ଗବେଷଣାରୁ ଜଣ ପଡିଛି ଯେ ଥାଇରଏଡ ଭଳି ସମସ୍ୟା ସନ୍ଧ୍ୟାର ଭୋଜନରେ ଯୋଡି ହୋଇ ରହିଛି l ଆପଣ ସନ୍ଧ୍ୟା ସମୟରେ ଯଦି ଠିକ ଭାବରେ ଖାଦ୍ୟ ଖାଇବେ ଓ ରାତ୍ରିର ଭୋଜନରେ ଫଳରସ କିମ୍ବା ଦୁଗ୍ଧ ପିଇବେ ତେବେ ଏହା ଆପଣଙ୍କ ମୋଟାପଣକୁ ସନ୍ତୁଳନ ରଖିବା ଓ ଶରୀରକୁ ଶକ୍ତି ଯୋଗାଇବ l ବିସିସ କରି ପ୍ରୋଟିନ ,ଫାଇବର ,ଭିଟାମିନ-ସି ଓ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଭରପୁର ମାତ୍ରାରେ ଖାଇବା ବଶ୍ୟକ lବ୍ୟସ୍ତ ବହୁଳ ଜୀବନରେ ବିଶେଷ କରି ଆମେ ନିଜର ଖାଦ୍ୟକୁ ନେଇ ସଚେତନ ହୋଇ ନଥାଉ କିନ୍ତୁ କିଛିଟା ପରିବର୍ତ୍ତନ ଦ୍ୱାରା ନିଜକୁ ସୁସ୍ଥ ରଖିବା ସହିତ ସତେଜ ମଧ୍ୟ ରଖି ପାରିବା l

Show More

Related Articles

Back to top button