ସ୍ୱାସ୍ଥ୍ୟ

ପ୍ରତିଦିନ ପିଉଛନ୍ତି କି ଚା , ଶରୀର ପାଇଁ ହୋଇପାରେ କ୍ଷତି…

ସକାଳୁ ଉଠିଲେ ଆଗ ସମସ୍ତେ ଚା ଖୋଜିଥାନ୍ତି । ହେଲେ ଏହି ଚା ଶରୀର ପାଇଁ ବହୁ କ୍ଷତି ପହଞ୍ଚାଇଥାଏ । ପ୍ରତିଦିନ ଖାଲି ପେଟରେ ଚା ପିଇବା ଉଚିତ୍ ନୁହେଁ, କାରଣ ଏହା ପେଟରେ ଏସିଡିଟି ସମସ୍ୟ ସୃଷ୍ଟି କରିଥାଏ ।

ଏହା ସହ ସକାଳୁ ଉଠିଲେ ଆଗ ସମସ୍ତେ ଚା ଖୋଜିଥାନ୍ତି । ହେଲେ ଏହି ଚା ଶରୀର ପାଇଁ ବହୁ କ୍ଷତି ପହଞ୍ଚାଇଥାଏ । ପ୍ରତିଦିନ କ୍ଷୀର ଚା ପିଇବା ଦ୍ୱାରା ଶରୀରକୁ ବହୁ କ୍ଷତି ପହଞ୍ଚାଇ ଥାଏ । ତେବେ ଚାଲନ୍ତୁ ଜାଣିବା ‘ଚା’ ପିଇବା ଦ୍ୱାରା ଶରରୀର କଣ କ୍ଷତି ହୋଇଥାଏ । ତେବେ ଚା ପତିରେ ପାଖାପାଖି ୪୭ ମିଲିଗ୍ରାମ କାଫିନ ରହିଥାଏ । ତେଣୁ କରି ଏହା ନିଦ୍ରା ହୀନତାର ସାମାନ୍ୟ କାରଣ ହୋଇପାରେ । ତେଣୁ ଶୋଇବା ପୂର୍ବରୁ କେବେବି ଚା ପିଇବା ଉଚିତ ନୁହେଁ । ପ୍ରତିଦିନ ଚା ପିଇବା ଶରୀର ପାଇଁ ଠିକ୍ ନୁହେଁ ।

କାରଣ ଚା ଗୁଣ୍ଡରେ ଟାନିନ୍ ରହିଥାଏ । ଏହି ଯୌଗିକରେ ଅଧିକ ଅମ୍ଳ ରହିଥାଏ । ତେଣୁ କ୍ଷୀର ଚା ପିଇବା ମଧ୍ୟ ଉଚିତ ନୁହେଁ। ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ ଯେତେବେଳେ କ୍ଷୀର ଓ ଚା ମିଶି ଯାଇ ଥାଏ ସେତେବେଳେ ଚା ରେ ଥିବା ପ୍ରୋଟିନ ଚା ର ଯୌଗିକ ସହିତ ମିଶିବା ଫଳରେ ଓଜନ ହ୍ରାସ ହୋଇଥାଏ । ଚା ପ୍ରତିଦିନ ପିଇବାର ଅର୍ଥ ଚିନ୍ତାର ଲକ୍ଷଣ ଦେଖା ଦେବା । ଗବେଷଣାରୁ ଜଣାପଡିଛି ଯେ ଚା ରେ ଥିବା କାଫିନ ମଣିଷକୁ ଚିଡିଚିଡା ସ୍ୱଭାବର କରିଦେଇଥାଏ । ଯାହା ଶରୀରକୁ ବିଭିନ୍ନ ରୋଗକୁ ସାମ୍ନା କରାଇ ଥାଏ ।

Show More

Related Articles

Back to top button