ବାଣିଜ୍ୟ

ICICI ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା, ଏଟିଏମରୁ ୩ ଥର ଟଙ୍କା ଉଠାଇବା ପରେ ଲାଗିବ ଚାର୍ଜ, ଜାଣନ୍ତୁ କେତେ ?

ଯଦି ଆପଣ ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକ ତାହେଲେ ଆପଣଙ୍କ ପାଇଁ ଜରୁରୀ ଖବର। ଭାରତୀୟ ଷ୍ଟେଟ ବ୍ୟାଙ୍କ ପରେ ବର୍ତ୍ତମାନ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ ଏଟିଏମରୁ କ୍ୟାସ ଉଠାଇବା ଓ ଚେକବୁକ ଚାର୍ଜ ବଢ଼ାଇ ଦେଇଛି।

ନୂଆ ଚାର୍ଜ ଅଗଷ୍ଟ ମାସରୁ ଲାଗୁ ହେବ। ନୂଆ ଚାର୍ଜ ସାଲାରୀ ଆକାଉଣ୍ଟ ସମେତ ସମସ୍ତ ଡୋମେଷ୍ଟିକ୍‌ ସେଭିଙ୍ଗ ଆକାଉଣ୍ଟ ଉପରେ ଲାଗୁ ହେବ। ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକ ବର୍ତ୍ତମାନ ପ୍ରତି ମାସରେ ୩ଥର ଏଟିଏମରୁ ବିନା ଶୁଳ୍କରେ ଟଙ୍କା ଉଠାଇ ପାରିବେ ।ଏହା ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ଭଳି ମେଟ୍ରୋ ସହରରେ ଲାଗୁ ହେବ। ଏହି ୬ଟି ମେଟ୍ରୋ ସହର ବ୍ୟତୀତ ଅନ୍ୟ ସହରରେ ୫ଥର ବିନା ଶୁଳ୍କରେ ଟଙ୍କା ଉଠାଇ ପାରିବେ। ମେଟ୍ରୋ ସହରରୁ ଯଦି ଆପଣ ଚତୁର୍ଥ ଥର ଆଇସିଆଇସିଆଇ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାନ୍ତି ତାହେଲେ ପ୍ରତ୍ୟେକ ଟ୍ରାଞ୍ଜାକ୍ସନରେ ୨୦ ଟଙ୍କା ଚାର୍ଜ ଦେବାକୁ ହେବ । ଯଦି ଆପଣ ଏଟିଏମରୁ କୌଣସି ନନ ଫାଇନାନସିଲ ଟ୍ରାଞ୍ଜାକ୍ସନ କରନ୍ତି ଅର୍ଥାତ, ୟୁଜର ଡିଟେଲ ବଦଳାଇବା, ମିନି ଷ୍ଟେଟମେଣ୍ଟ ବାହାର କରନ୍ତି, ବାଲାନ୍ସ ଚେକ କରନ୍ତି ତାହେଲେ ଆପଣଙ୍କୁ ୮.୫୦ ଟଙ୍କା ଦେବାକୁ ପଡିବ।ନୂଆ ଚାର୍ଜ ସିଲଭର, ଗୋଲ୍ଡ, ମ୍ୟାଗନମ, ଟାଇଟାନିୟମ ଓ ୱେଲ୍ଥ କାର୍ଡହୋଲ୍ଡରଙ୍କ ପାଇଁ ଲାଗୁ ହେବ।

ହୋମ୍ ବ୍ରାଞ୍ଚରେ କ୍ୟାସ ଟ୍ରାଞ୍ଜାକ୍ସନରେ କେତେ ଲାଗିବ ଶୁଳ୍କ – ଅଗଷ୍ଟ ୧ ରୁ ପ୍ରତି ମାସରେ ୪ଥର ଫ୍ରି ଟ୍ରାଞ୍ଜାକ୍ସନ ହେବ। ଏହାପରେ ପ୍ରତ୍ୟେକ ଟ୍ରାଞ୍ଜାକ୍ସନ ପରେ ୧୫୦ ଟଙ୍କା ଶୁଳ୍କ ଦେବାକୁ ହେବ । ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକ ପ୍ରତି ମାସରେ ସର୍ବାଧିକ ଏକ ଲକ୍ଷ ଟଙ୍କା ବିନା ଶୁଳ୍କରେ ଉଠାଇ ପାରିବେ। ଏକ ଲକ୍ଷରୁ ଅଧିକ ଉଠାଇଲେ ପ୍ରତି ହଜାରେ ଟଙ୍କାରେ ୫ ଟଙ୍କା ଶୁଳ୍କ ଲାଗିବ।

ହୋମ୍ ବ୍ରାଞ୍ଚ ନଥିଲେ କେତେ ଟଙ୍କା ଚାର୍ଜ ଲାଗିବ – ପ୍ରତିଦିନ ବିନା ଶୁଳ୍କରେ ୨୫ ହଜାର ଟଙ୍କା ଉଠାଇ ପାରିବେ। ୨୫ ହଜାରରୁ ଅଧିକ ଉଠାଇଲେ ପ୍ରତି ହଜାରେ ଟଙ୍କାରେ ୨୫ ଟଙ୍କା ଶୁଳ୍କ ଦେବାକୁ ହେବ।

ଚେକ୍ ବୁକ୍ ପାଇଁ କେତେ ଦେବେ ଚାର୍ଜ – ୨୫ ପୃଷ୍ଠା ବିଶିଷ୍ଟ ଚେକ୍ ବୁକ୍ ପାଇଁ ଶୁଳ୍କ ଦେବାକୁ ପଡ଼ିବନି। ୨୫ରୁ ଅଧିକ ହେଲେ ପ୍ରତ୍ୟେକ ୧୦ ପୃଷ୍ଠାର ଚେକ ବୁକ ପାଇଁ ୨୦ ଟଙ୍କା ଚାର୍ଜ ଦେବାକୁ ପଡିବ।

ଆଇସିଆଇସିଆଇ ରେଗୁଲାର ପ୍ଲସ୍ ସାଲାରୀ ଆକାଉଣ୍ଟ – ଯଦି ଆପଣଙ୍କ ପାଖରେ ମଧ୍ୟ ଏହି ଆକାଉଣ୍ଟ ଅଛି ତାହେଲେ ଗୋଟିଏ ମାସରେ ୪ଥର ଫ୍ରି ଟ୍ରାଞ୍ଜାକ୍ସନ କରିପାରିବେ। ଏହାପରେ ପ୍ରତି ହଜାରେ ଟଙ୍କା ଟ୍ରାଞ୍ଜାକ୍ସନରେ ୫ ଟଙ୍କା ଚାର୍ଜ ଲାଗିବ।

Show More

Related Articles

Back to top button