ଖେଳଦେଶସ୍ୱତନ୍ତ୍ର

କ୍ରିକେଟ ବଲରେ ଆଉ ଲାଗିବନି ଛେପ,ଏନେଇ ନୂଆ ନିୟମ ଜାରି କଲା ଆଇସିସି

କ୍ରିକେଟ ନିୟମରେ ହେଲା କେତେକ ପରିବର୍ତ୍ତନ । ସମସ୍ତ ପରିବର୍ତ୍ତନକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପକ୍ଷରୁ ହେଲା ଅନୁମୋଦନ । ଏହାରି ମଧ୍ୟରେ କ୍ରିକେଟ ବଲରେ ଆଉ ଛେପ ଘସି ସାଇନିଂ କରାଯିବନି । ଏନେଇ ନୂଆ ନିୟମ ଜାରି କଲା ଆଇସିସି ।

କରୋନା ମହାମାରୀ ପାଇଁ ଗତ ୨ ବର୍ଷ ହେଲା ଏହି ନିୟମକୁ ଅସ୍ଥାୟୀ ଭାବେ ଲାଗୁ କରାଯାଇଥିଲା । ଏବେ ତାହାକୁ ସ୍ଥାୟୀ କରିଦିଆଯାଇଛି । ଗତ ମାର୍ଚ୍ଚ ମାସରେ ମେଲବୋର୍ଣ୍ଣ କ୍ରିକେଟ କ୍ଲବ ବଲରେ ଲାଳ ଘସିବାକୁ ନିଷିଦ୍ଧ କରିଥିଲା । ଏମସିସିର ନୂଆ କୋଡ ଅଫ ଦି ଲ’ ଅଫ କ୍ରିକେଟ୍କୁ ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଥିବା ଆଇସିସି ପୁରୁଷ କ୍ରିକେଟ କମିଟି ଅନୁମୋଦନ କରିଛି ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିୟମ ହେଉଛି ତା, ଜଣେ ବ୍ୟାଟ୍ସମ୍ୟାନ କ୍ୟାଚ୍ ଆଉଟ ହେଲେ ନୂଆ ବ୍ୟାଟ୍ସମ୍ୟାନ ଆଉଟ୍ ହୋଇଥିବା ବ୍ୟାଟ୍ସମ୍ୟାନଙ୍କ ସ୍ଥାନରେ ହିଁ ଖେଳିବେ । ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ କ୍ୟାଚ ଧରାଯିବା ପୂର୍ବରୁ ନିଜ ପାର୍ଟନରଙ୍କୁ ଅତିକ୍ରମ କରିଥିଲେ ବି ନୂଆ ବ୍ୟାଟ୍ସମ୍ୟାନ ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନଙ୍କ ସ୍ଥାନରେ ଖେଳିବେ ।

ଆଉ ଏକ ନୂଆ ନିୟମ ହେଉଛି ଟେଷ୍ଟ ଓ ଦିନିକିଆରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ନୂଆ ବ୍ୟାଟ୍ସମ୍ୟାନ ୨ ମିନିଟରେ କ୍ରିଜରେ ପହଞ୍ଚି ଷ୍ଟ୍ରାଇକ୍ ନେବେ । ପୂର୍ବରୁ ଏହି ସମୟ ୩ ମିନିଟ୍ ଥିଲା । ତେବେ ଟି-୨୦ରେ ଏହି ସମୟ ପୂର୍ବବତ୍ ୯୦ ସେକେଣ୍ଡ ରହିଛି ।

Show More

Related Articles

Back to top button