Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ବାଇକ୍‌ ଚକରେ ଶାଢୀ କାନି ଗୁଡେଇ ହୋଇ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି : ବାଇକ୍‌ ଚକରେ ଶାଢୀ କାନି ଗୋଡ଼େଇ ହୋଇ ମହିଳାଙ୍କ ମୃତ୍ୟୁ। ବାଇକରେ ଆସିବା ବେଳେ ରାସ୍ତାରେ କଚାଡ଼ି ହୋଇ ପଡ଼ିଲେ ମହିଳା। ସେହି ସ୍ଥାନରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି। ବଗବାହାଲ ଗାଁର ଯୁଧିଷ୍ଠିର ରଣା ତାଙ୍କ ବାଇକରେ ଗୀତାଞ୍ଜଳି ରଣା ଓ ସନ୍ତୋଷିନୀ ରଣାଙ୍କୁ ବସାଇ ତୁରେକେଲା ପଞ୍ଚାୟତକୁ ଚାଉଳ ଆଣିବା ପାଇଁ ଯାଉଥିଲେ। ତେବେ ବଗବାହାଲ ଛକ ନିକଟରେ ଚାଲୁଥିବା ଗାଡ଼ି ଚକାରେ ଗୀତାଞ୍ଜଳିଙ୍କ ଶାଢ଼ୀ କାନି ପଶି ଯାଇଥିଲା। ଯାହାଫଳରେ ଗୀତାଞ୍ଜଳି ଓ ସନ୍ତୋଷିନୀ ରାସ୍ତା ଉପରେ କଚାଡ଼ି ହୋଇ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ତୁରେକେଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଗୀତାଞ୍ଜଳିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ସନ୍ତୋଷିନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ କଣ୍ଟାବାଞ୍ଜି ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌କୁ ସ୍ଥାନନ୍ତରିତ କରାଯାଇଛି।

Show More

Related Articles

Back to top button