Breaking PLUSଓଡ଼ିଶାମୁଖ୍ୟ ଖବର

ଆଇଏଏସ୍ ସ୍ତରରେ ଅଦଳବଦଳ: ୭ ଅଧିକାରୀଙ୍କୁ ନୂଆ ଦାୟିତ୍ୱ

ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ବିଷ୍ଣୁପଦ ସେଠୀଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ ଦାୟିତ୍ୱ ଦିଆଯାଇଛି । ସେହିପରି ଭାସ୍କର ଜ୍ୟୋତି ଶର୍ମା ଲ୍ୟାଣ୍ଡ ରେକର୍ଡ ଓ ସେଟଲମେଣ୍ଟ କମିଶନର ଓ ବି ପରମେଶ୍ୱରନ ଚକବନ୍ଦୀ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି ।

ଠିକ୍ ସେହିପରି ଜ୍ୟୋତିପ୍ରକାଶ ଦାସ ସ୍ପେସାଲ ପ୍ରୋଜେକ୍ଟ ପିଆର ଆଣ୍ଡ ଡିଡବ୍ଲୁ ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି । ଏହାସହ ସେ ଆରଓଟିଆଇର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । ସ୍ପେଶାଲ ପ୍ରୋଜେକ୍ଟ, ପିଆର ଆଣ୍ଟ ଡି ଡବ୍ଲୁ ବିଭାଗର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କୁ ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ଏଣେ ଇନ୍ଦ୍ରମଣି ତ୍ରିପାଠୀ ଏସସି ଓ ଏସଟି ବିଭାଗର ନିର୍ଦେଶକ ଓ ସୁବ୍ରତ ଶତପଥୀଙ୍କୁ ରେଜିଷ୍ଟ୍ରେସନ ବିଭାଗର ଇନସ୍ପେକ୍ଟର ଜେନେରାଲ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

Show More

Related Articles

Back to top button