ଆଇନ କାନୁନଓଡ଼ିଶା

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ଅନୁଗୁଳ: ଦିନକୁଦିନ ହଜିଯାଉଛି ମାନବିକତା । ସାମାନ୍ୟ ବଚସା ପାଇଁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼କେରା ଗାଁରେ । ମୃତକ ହେଲେ ଲିପି ବେହେରା ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ବନ୍ତଳା ଥାନା ଅନ୍ତର୍ଗତ ବଡ଼କେରା ଗାଁର ବସନ୍ତ ବେହେରା ଓ ତାଙ୍କ ସ୍ତ୍ରୀ ଲିପି ବେହେରାଙ୍କ ମଧ୍ୟରେ କୌଣସି କାରଣରୁ ବଚସା ସୃଷ୍ଟି ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ବସନ୍ତ ଲିପିର ମୁଣ୍ଡକୁ ଟାଙ୍ଗିଆରେ ଚୋଟ ମାରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଲିପିର ମୃତ୍ୟୁ ହୋଇଥିଲା । ଏହାପରେ ବସନ୍ତ ବନ୍ତଳା ଥାନାରେ ଆତ୍ମସମର୍ପଣ କରିବା ସହ ପୋଲିସ ଆଗରେ ଦୋଷ ସ୍ୱୀକାର କରିଥିଲେ । ପୋଲିସ ଘଟଣାସଂପର୍କରେ ସବୁ କଥା ଜାଣିଲାପରେ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବାସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।

 

 

Show More

Related Articles

Back to top button