Breaking PLUSଓଡ଼ିଶାମୁଖ୍ୟ ଖବର

3 ମାସ ପରେ ଖୋଲିଲା ମାଆ ମଝି ଘରିଆଣୀଙ୍କ ଦାନ ହୁଣ୍ଡି

ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝି ଘରିଆଣୀଙ୍କ ଦାନ ହୁଣ୍ଡି ଦୀର୍ଘ ୩ ମାସ ପରେ ବୁଧବାର ଖୋଲିଛି। ତହସିଲଦାର କାର୍ଯ୍ୟାଳୟ ପକ୍ଷରୁ ସୁପରଭାଇଜରଙ୍କ ଉପସ୍ଥିତିରେ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ହୁଣ୍ଡି ବାକ୍ସ ଖୋଲିଛି।

ଏଥିରେ ୫୮ ଲକ୍ଷ ୨୪ ହଜାର ୯୫୦ ଟଙ୍କା ନଗଦ, ସୁନା ୩୯ ଗ୍ରାମ, ରୁପା ୧ କେଜି ୬୫୦ ଗ୍ରାମ, ବିଦେଶୀ ଟଙ୍କା ୧ ଡଲାର ୧,୧୦ ଡଲାର ୨ ଟି ୨୦ ପାଉଣ୍ଡ ୨୦ଟି ବାହାରିଥିଲା। ଚଳିତ ଥର ୫୦ ଲକ୍ଷ ବାହାରିବ ବୋଲି ପରିଚାଳନା କମିଟି ଆଶା ରଖିଥିବା ମନ୍ଦିର ପରିଚାଳନା କମିଟି ଅଧକ୍ଷ ରାଇସିଂ ବିଡ଼ିକା କହିଛନ୍ତି।

Show More

Related Articles

Back to top button