ଓଡ଼ିଆ ଗଳ୍ପଓଡ଼ିଶା

ଘର ବାହୁଡା

ଭାଇ ପାଇଁ ଯାଇ ବାଛି ଆଣିଥିଲା
ଭଉଣୀ ଗୋଟେ ତରୁଣୀ,
ସେଇ ତରୁଣୀ ଟି ନାକେ ନୋଥ ପିନ୍ଧି
ସାଜିଛି ଆଜି  ଘରଣୀ l
ଭଉଣୀ କି ସଉତୁଣୀ?
ଭାଇ ସାଥେ ଗଲେ ମାଉସୀ ଘରକୁ
ରାଗୁଚ କାହିଁକି ରାଣୀ l
ଶୁଣଉଚ ଏତେ ବାଣୀ l
ତ୍ରେତୟା ଯୁଗରେ ଚଉଦ ବରଷ
ହୋଇଲ ବନବାସିନୀ,
ଦ୍ୱାପର ଯୁଗରେ ଗୋପରୁ ଦ୍ୱାରିକା
କୋଉଠି ଥିଲା ଭଉଣୀ?
କଳିଯୁଗେ ଗଲେ ଭାଇ ସାଥେ ବୁଲି
ହଲେ ତୁମ ମଥା ମଣୀ l
ରାଗେ ହୁଅ ଭିଣି ଭିଣି l
ରାତିଅଧେ ଯାଇ ରାଗ ସୁଯୋଉଚ
ଚକା ରେ ସେପିଟିପିନୀ,
ହାଏ ମୋ ମନ ମୋହିନୀ l
ଛାଡ଼ ରାଗ ରୋଷ ଖାଅ ଗୋଲା ରସ
ଗଲା କଥା ତ ଗଲାଣି,
ଖରାଦିନ ହେଲେ କ୍ଷୀର ସାଗରକୁ
ବୁଲି ଯିବା ହନିମୁନୀ l
ବଡ଼ ଭାଇ ରାଗିଲେଣି,
କବାଟ ଫିଟାଅ ଉଛୁର ହେଲାଣି,
ଆହେ ସାଗର ଦୁଲଣୀ l
ପ୍ରେୟସୀ ଅଭିମାନିନୀ l
କ୍ଷମ ଅପରାଧ ଗୁଣୀ ll

ଲେଖା :ଦିଲ୍ଲୀପ ଶତପଥୀ

Show More

Related Articles

Back to top button